କଟକ ସଦର, ୨୪ /୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୋଲିସ୍ ଠାରୁ ନ୍ୟାୟ ନପାଇ ନିରାଶ ହୋଇଥିଲା ଜନୈକ ଈଶାଣିଵରହମପୁର ଗ୍ରାମର ଗୁଣନିଧି ବିଷୋୟୀ ଗତ କାଲି ଗୁରୁବାର କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଭଳି ଚରମ ପନ୍ଥା ଆପଣେଇଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଣନିଧି ଙ୍କ ମୃତ୍ୟୁରେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଗଭୀର ଶୋକ ପ୍ରକାଶ କରିଵା ସହିତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ଏଥିସହିତ ଏଭଳି ଦାରୁଣ ଦୁଃଖ ସମୟରେ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ବିଧାୟକ ଶ୍ରୀ ବେହେରା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ତଥା କଟକ ଜିଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସ୍ଥାନୀୟ ସରପଞ୍ଚଙ୍କ ସହିତ ହସ୍ପିଟାଲ ଯାଇ ସ୍ୱ।ସ୍ଥ୍ୟ ଅଵସ୍ଥା ଵୁଝିଵା ସହିତ ଆଶୁ ଆରୋଗ୍ୟ କାମନା କରି ସହାୟତା ପ୍ରଦାନ କରିଥିଲେ। ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ବିଧାୟକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଓଡ଼ିଶା ସମାଚାର