Wednesday , July 6 2022
Breaking News
Home / ତାଜା ଖବର / breaking News : ତେଣ୍ଡାକୁଡ଼ା – ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ର ମୃତ୍ୟୁ

breaking News : ତେଣ୍ଡାକୁଡ଼ା – ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ର ମୃତ୍ୟୁ

ପାଟକୁରା,୨୩/୬/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅବାଭନୀୟ ଘଟଣା ଘଟିଛି । ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀ ର ମୃତ୍ୟୁ ହୋଇଛି । ତେଣ୍ଡାକୁଡ଼ା ଇଦଘା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା ମଧ୍ୟରେ ) ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବି (୪୫) ଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି । ଖବର ପାଇ ପାଟକୁରା ପୋଲିସ ପହଂଚି ଅଭିଯୁକ୍ତ ସ୍ୱାମୀ ମନାନ କୁ ପାଟକୁରା ଥାନାରେ ଅଟକ ରଖିଛି । ହାଣିଥିବା ରକ୍ତ ଲଗା କୁରାଢ଼ୀ ସେହି ଘର ମଧ୍ୟରେ ରହିଛି । ସାଇଂଟିଫିକ୍ ଟିମ ଆସିଲେ ତଦନ୍ତ ଆଗେଇବ ବୋଲି ପାଟକୁରା ଥାନା ଆଇଆଇସି ସରୋଜ ସାହୁ କହିଛନ୍ତି । ତେବେ ପଡ଼ୋସୀଙ୍କ ଠାରୁ ମନାନ ର ମୁଣ୍ଡ ଖରାପ ବୋଳି ସୂଚନା ମିଳିଛି । ପୂର୍ବରୁ ସେ ନିଯେ ଦଇଡ଼ି ଦେଇଥିଲା, ନିଜ ଘରେ ନିଆଁ ଲଗାଇଥିଲା ବୋଲି ପଡ଼ୋସୀ କହନ୍ତି । ତେବେ ସେ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର ୧୫, ୨୦ ଓ ୨୨ ବର୍ଷର ୩ ଟି ପୁଅ ଅଛନ୍ତି । ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।  ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *