ରଘୁନାଥପୁର ,୨୩/୬/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଂଚ ଧର୍ମାନନ୍ଦ ସେଠୀ ଓ ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ଲକ୍ଷ୍ମୀ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଭୂମିକା ଆଇ ହସପିଟାଲ ଜଗତସିଂହପୁର ର ଚକ୍ଷୁ ବିଶେଷଜ୍ଞ ଶୁଭ୍ରଜିତ ସେଠୀ , ପାରା ମେଡ଼ିକାଲ ଷ୍ଟାଫ ମାମାଲି ସାହୁ, ମାମାଶ୍ରୀ ରାଉତ, ସିଏଫଓ ମନୋଜ ଦାସ ଯୋଗଦେଇ ଆଖ ପାଖ ଅଂଚଳର ୩୦ ଜଣ ବ୍ୟକ୍ତି ବିଶେଷଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ସେଥି ରୁ ୧୦ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିବାବେଳେ ଏମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ମେଡ଼ିକାଲ ତରଫରୁ ପ୍ରକାଶ କରାଯାଇଛି । ଏହି ଶିବିରକୁ ପଂଚାୟତ ବିଜେଡ଼ି ସଭାପତି ରାଜେନ୍ଦ୍ର ନାୟକ, ଖୋକନ ରାୟ, ସମରେନ୍ଦ୍ର ମହାପାତ୍ର, ତାରାକାନ୍ତ ଜେନା, ଅନୀଲ ମହାନ୍ତି , ଅଶୋକ କୁମାର ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
