Thursday , June 30 2022
Breaking News
Home / ବିଶେଷ / ଭୁବନ ପଂଚାୟତ ସମିତି ର ସାଧାରଣ ବୈଠକ

ଭୁବନ ପଂଚାୟତ ସମିତି ର ସାଧାରଣ ବୈଠକ

ପାନୀୟ ଜଳ, ପରିମଳ, କୃଷି, ସ୍ୱାସ୍ଥ୍ୟ,ଶିକ୍ଷା,ନରେଗା ଓ ରାସନକର୍ଡ ସଂପର୍କରେ ଆଲୋଚନା

ଭୁବନ,୨୩/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ପଂଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଡିଓ ଆଶୀର୍ବାଦ ପରିଡା,ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ , ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଉତଙ୍କ ସମେତ ସମସ୍ତ ପଂଚାୟତ ପ୍ରତିନିଧି ଉପସ୍ଥିତ ଥିଲେ । ଏହି ବୈଠକରେ ପାନୀୟଜଳ , ପରିମଳ, କୃଷି ,ସ୍ୱାସ୍ଥ୍ୟ,ଶିକ୍ଷା,ନରେଗା ,ରାସନକାର୍ଡ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ  ସମାଧାନ ପାଇଁ ବିଭାଗୀୟ କର୍ମଚାରୀ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *