Friday , July 1 2022
Breaking News
Home / ବିଶେଷ / ଭୁବନ ଏନଏସି ରେ ସ୍ୱଚ୍ଛ ସାଥୀ ଙ୍କୁ ପୋଷାକ  ବଂଟନ

ଭୁବନ ଏନଏସି ରେ ସ୍ୱଚ୍ଛ ସାଥୀ ଙ୍କୁ ପୋଷାକ  ବଂଟନ

ଭୁବନ,୨୩/୬/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନଏସି ତରଫରୁ ସ୍ୱଚ୍ଛସାଥୀ ମାନଙ୍କୁ ପୋଷାକ  ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାରେ ସ୍ୱଚ୍ଛସାଥୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ ଭୁବନ ଏନଏସି ରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛସାଥୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ସମୁଦାୟ ୧୬ ଜଣ ସ୍ୱଚ୍ଛସାଥୀ ଙ୍କୁ ପୋଷାକ  ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ,ଗୋଷ୍ଠୀ ସଂଗଠିକା ଜଲିତା ସାହୁ  ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *