Thursday , June 30 2022
Breaking News
Home / ବିଶେଷ / ପିତୃ ଦିବସରେ ସମ୍ମାନିତ ହେଲେ ବହୁମୁଖି ପ୍ରତିଭା ପ୍ରାଧ୍ୟାପକ ଡ.ସେକ୍ କଲିମୁଲ୍ଲା

ପିତୃ ଦିବସରେ ସମ୍ମାନିତ ହେଲେ ବହୁମୁଖି ପ୍ରତିଭା ପ୍ରାଧ୍ୟାପକ ଡ.ସେକ୍ କଲିମୁଲ୍ଲା

କଟକ,୨୩/୦୬/୨୦୨୨(ଓଡ଼ିଶା ସମାଚାର) : ପିତୃ ଦିବସ ଉପଲକ୍ଷେ ଆମେ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ଶିକ୍ଷାବିତ୍ ଡ.ସେକ୍ କଲିମୁଲ୍ଲାଙ୍କୁ  ଆଦର୍ଶ ପିତୃ ଭାବେ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଭଜମୋହନ ବେହେରା, ପୂର୍ବତନ ମନ୍ତ୍ରୀ ନବୀନ କୁମାର ନାରାୟଣ ଦାଶ, ପ୍ରଫେସର ଚକ୍ରଧର ଦାଶ, ଅନୁଷ୍ଠାନର ମୁଖ୍ୟ  ସରୋଜ ସିଂ ଏବଂ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ  ଅନ୍ୟାନ୍ୟ କୃତି ପ୍ରତିଯୋଗୀ ମାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ କଟକ ୪୨ ମୌଜା ଅଂଚଳର ସୁଯୋଗ୍ୟ ସନ୍ତାନ ସାରସ୍ଵତ ସାଧକ ଡ.କଲିମୁଲ୍ଲା ସମାଜସେବା, ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ତ୍ୱରାନିତ୍ଵ କରିବା, ସାହିତ୍ୟ ସେବା,ପୂଜ୍ୟପୂଜା,ସମାଜ ସଂସ୍କାର, ଆଦର୍ଶ ଛାତ୍ର ନିର୍ମାଣ, କରୋନା ମହାମାରୀ ସମୟରେ ଜନ ସଚେତନତା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *