Wednesday , July 6 2022
Breaking News
Home / ଶିକ୍ଷା / ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ, ୧୧ଟା ରେ ଅଫିସ ଆସି ୩ଟା ରେ ଛୁ, କହିବାକୁ ନାହିଁ କାହାର ସାହାସ

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ, ୧୧ଟା ରେ ଅଫିସ ଆସି ୩ଟା ରେ ଛୁ, କହିବାକୁ ନାହିଁ କାହାର ସାହାସ

ଜୁନାଗଡ଼,୨୩/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଇଓ କାର୍ୟ୍ୟଳୟ ଏବେ ଜଣେ ପିଅନଙ୍କ କବଜାରେ । ଅଧିକାରୀ ଓ କର୍ମଚାରୀମାନେ କାର୍ୟ୍ୟାଳୟକୁ ମନଇଚ୍ଛା ଯିବା ଆସିବା କରୁଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୧ ଟା ହେଲେ କିରାଣି ବାବୁ ଓ ଏହି ପିଅନ ଅଫିସ ଆସି ପୁଣି ୩ ଟା ରେ ଫେରାର ମାରୁଛନ୍ତି । ଫଳରେ ସାଧାରଣରେ ଉଦବେଗର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ବା ବିଇଓ ଅଫିସରେ ଜଣେ ବିଇଓ, ୩ଟି ଏବିଇଓ,୩ ଟି କିରାଣୀ, ୨ଟି ଡିଇଓ, ୨ଟି ଆକାଉଣ୍ଟଟେଣ୍ଟ, ୨ଟି ବିଆରପି, ଗୋଟିଏ ଏମଆଇଏସ ଓ ୩ ଟି ପିଅନ ଅଛନ୍ତି । ବର୍ତ୍ତମାନ ଦୁଇଟି ପିଅନ ଡେପୁଟେସନରୁ ଆସିଥିବା ବେଳେ ଆଉ ଜଣେ ରେଗୁଲାର ପିଅନ ଅଛନ୍ତି । ଏହି ରେଗୁଲାର ପିଅନଙ୍କ ହାତରେ ବିଇଓ ଅଫିସର ରିମୋଟ ଥିବା ନେଇ ଅଭିଯୋଗ ହୋଇଛି । ଏହି ପିଅନ ହିଁ କେଉଁ ଶିକ୍ଷକକୁ କେଉଁଠି ବଦଳି କରାଯିବ ଓ କାହାକୁ କେଉଁ ଦାୟିତ୍ୱ ପ୍ରଦାନ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ବିଇଓ କାର୍ୟ୍ୟାଳୟରେ ଦୁଇଜଣ ଡେପୁଟେସନ ପିଅନ ପ୍ରଥମେ ଆସି ଅଫିସ ଖୋଲିବା ସହିତ ସଫା ସୁତରା କରିଥାନ୍ତି । ପରେ ଡାଟାଏଣ୍ଟ୍ରି ଅପରେଟରମାନେ ଆସିଥାନ୍ତି । ଛୋଟିଆ କର୍ମଚାରୀମାନେ ଚାକିରୀ ଭୟରେ ଶୀଘ୍ର ଶୀଘ୍ର ଅଫିସକୁ ଆସୁଥିବା ବେଳେ କିରାଣୀବାବୁମାନେ ଓ ସେହି ପିଅନ ବାବୁ ୧୧ ରୁ ୧୨ ଟା ସମୟରେ ଅଫିସ ଦୁଆର ମାଡି ଥାନ୍ତି । ମହିଳା ବିଇଓଙ୍କୁ ଢାଲ କରି ନିଜର ସମ୍ରାଜ୍ୟ ବିସ୍ତାର କରୁଛନ୍ତି ଏହି କର୍ମଚାରୀ ମାନେ । ଲେଟ ରେ ଆସୁଥିବା ନେଇ ଆଗରୁ ମଧ୍ୟ ଏମାନଙ୍କ ନାମରେ ଅନେକଥର ଅଭିଯୋଗ ହୋଇଛି । ହେଲେ ଅଭିଯୋଗ ପରେ ଗୋଟିଏ କି ଦୁଇଦିନ ଠିକ ସମୟରେ ଆସି ପୁଣିଥରେ ସେ ୧୧ ଟା ସମୟରେ ଆସୁଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗର ଅଧିକାରୀ ମାନେ କେବେ ବି ଏହି ଅଫିସକୁ ତଦନ୍ତ ପାଇଁ ଆସୁନଥିବା ଯୋଗୁଁ ଅଫିସରେ ପିଅନ ମଧ୍ୟ ବିଇଓଙ୍କ ଠାରୁ ଅଧିକ ବଲବାନ ହେଉଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚରିବାରୁ ଏ ବିଷୟରେ ପଦକ୍ଷେପ ନିଆଯିବ ବୋଲି ଡିଇଓ କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ର ମହାସମାବେଶ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ବିଧାନସଭା ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ୮୦ତମ …

Leave a Reply

Your email address will not be published. Required fields are marked *