ଗରଦପୁର, ୨୩/୬/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ କାଫେ ଉଦଘାଟିତ ହୋଇ ଯାଇଛି । ଜଗଦଳପୁର ଗ୍ରାମର ମହାବୀର ସ୍ୱୟଂ ସହାୟିକା ଗୋଷ୍ଠି ର ମା ମାନେ ଏହି କ୍ୟାନଟିନ୍ ପରିଚାଳନାର ଦାୟିତ୍ୱ ନେଇଛନ୍ତି । ଗରଦପୁର ବ୍ଲକ୍ ମିଶନ ଶକ୍ତି ସହାୟତାରେ ଏହି କାଫେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଗରଦପୁର ପଂଚାୟତସମିତି ଅଧ୍ୟକ୍ଷ ଅଭୟ ମହାରାଜ , ସରପଂଚ ଗୀତାଂଜଳୀ ମହାନ୍ତି , ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାଫେକୁ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି, ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରଶାନ୍ତ ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ବ୍ଲକ୍ ଜିବୀକା ମିଶନ ଅଧିକାରୀ ଅଖିଳ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
