Friday , July 1 2022
Breaking News
Home / ବିଶେଷ / ତିନିମୁହାଣୀରେ  ମାଛ ମାର୍କେଟ ଯୋଗୁଁ ଟ୍ରାଫିକ ଜାମ

ତିନିମୁହାଣୀରେ  ମାଛ ମାର୍କେଟ ଯୋଗୁଁ ଟ୍ରାଫିକ ଜାମ

କେନ୍ଦ୍ରାପଡ଼ା,୨୩/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରେ ଥିବା ମାଛ ମାର୍କେଟ ଯୋଗୁ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଲୋକମାନେ ମନ ଇଛା ରାସ୍ତା ଉପରେ ଗାଡିମଟର ରଖି ମାଛ କିଣୁଛନ୍ତି । ଏ ନେଇ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ସଚେତନ କରୁନାହାଁନ୍ତି । ତେଣୁ ଗ୍ରାହମକମାନେ ରାସ୍ତା ଉପରେ ଗାଡିମଟର ରଖି ଟ୍ରାଫିକ ଜାମ କରୁଛନ୍ତି । ବିଶେଷ କରି ବୁଧବାର ଓ ରବିବାର ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । ସପ୍ତାହରେ ଏହି ଦୁଇ ଦିନ ମାଛ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଲାଗିଛି । ତେଣୁ ଲୋକେ ମାଛ ବଜାରରେ ଭିଡ଼ ଜମାଉଛନ୍ତି । କିନ୍ତୁ ଲୋକମାନେ କେଉଁଠାରେ ଗାଡି ରଖିବେ ସେ ନେଇ ବେପାରୀମାନେ ଗ୍ରାହକମାନଙ୍କୁ ସଚେତନ କରୁନାହାଁନ୍ତି । ଫଳରେ ଏଭଳି ପରିସ୍ଥିତି ଉପୁଜିଛି । ଜଣେ ଗ୍ରାହକଙ୍କ କହିବାନୁଯାୟୀ ପୁରୁଣା ବସଷ୍ଟାଣ୍ଡରେ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ରହିଛି । ଅନୁରୂପ ଭାବେ ତିନିମୁହାଣୀ ଠାରେ ମଧ୍ୟ ଏକ ସ୍ୱତନ୍ତ୍ର ମାଛ ମାର୍କେଟର ଆବଶ୍ୟକତା ରହିଛି । ଏ ନେଇ ପୌରପାଳିକା ସ୍ଥାନ ନିରୂପଣ କରିବା ଉଚିତ । ଯାହା ଫଳରେ ଲୋକମାନେ ସୁରକ୍ଷିତ ଭାବେ ଗାଡି ରଖି ମାଛ କିଣି ପାରିବେ । କିନ୍ତୁ ପୌରପାଳିକା କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାହକ ଜଣକ କହିଛନ୍ତି । ସେହିପରି ଅନ୍ୟ ଜଣେ ଗ୍ରାହକଙ୍କ କହିବାନୁଯାୟୀ ତିନିମୁହାଣୀ ନିକଟବର୍ତୀ ଯେଉଁ ଲୋକମାନେ ରହୁଛନ୍ତି ସେମାନଙ୍କୁ ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟକୁ ଯାଇ ମାଛ କିଣିବା ଅଧିକ ବାଟ ହେଉଛି । ତେଣୁ ସେମାନେ ବାଧ୍ୟହୋଇ ଅସୁରକ୍ଷିତ ଭାବେ ଗାଡିମଟର ରଖି ତିନିମୁହାଣୀ ମାଛ ମାର୍କେଟରୁ ମାଛ କିଣୁଛନ୍ତି । ତେଣୁ ତିନିମୁହାଣୀରେ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏ ନେଇ ପୌରପାଳିକା ନିକଟରେ ଲୋକେ ଦାବି କରିଛନ୍ତି । ଜଣେ ବ୍ୟବସାୟୀ କହିଛନ୍ତି ଆମ୍ଭେମାନେ ମଧ୍ୟ ପୌରପାଳିକା ନିକଟରେ ଦାବି କରିଛୁ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ନିର୍ମାଣ କରିବା ପାଇଁ । ଏହା ହୋଇ ପାରିଲେ ଗ୍ରାହକମାନେ ସୁରକ୍ଷିତ ଭାବେ ମାଛ କିଣିପାରିବେ । ଏହି ଭିଡ଼ ହେବା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି । କାରଣ ଲୋକମାନେ ରାଜପଥରେ ଗାଡିମଟର ରଖି ମାଛ କିଣୁଛନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ହୋଇପଡୁଛି । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *