Wednesday , July 6 2022
Breaking News
Home / ତାଜା ଖବର / କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ

କିଶନନଗର ଥାନାରେ ଅଘଟଣ, ନ୍ୟାୟ ନପାଇ ପୋଲିସ ଉପରୁ ଭରସା ତୁଟାଇ ଆତ୍ମାହୁତି ଦେଲେ ଆବେଦନକାରୀ

କଟକ ସଦର, ୨୩/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଵା ଅଭିଯୋଗ ହୋଇଆସୁଥିଲା ଵେଳେ ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜି ଗୁରୁବାର ମଧ୍ୟାହ୍ନରେ ଜଣେ ଆବେଦନକାରୀ ଥାନା ପରିସରରେ ଆତ୍ମାହୁତି ଦେଵା ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି।ପ୍ରକାଶ ଯେ ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ।ତାଙ୍କ ଶରୀର ୮୦ ଭାଗ ପୋଡିଯାଇଥିବା ଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତର ଖାନା ପଠାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଈଶାଣିଵରହମପୁର ରଗୁଣନିଧି ବିଷୋୟୀ (୪୮) ଵୋଲି ଅସମର୍ଥିତ ଭାଵେ ଜଣା ପଡ଼ିଥିବା ଵେଳେ ନ୍ୟାୟ ପାଇଁ ଥାନାକୁ ଦୈ।ଡି ଦୈ।ଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ୟ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳୀ ହୋଇଥିବା ଜଣାପଡିଛି।ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ ନେତାଙ୍କୁ ଧରି ଏଠାରେ ରହିଵାକୁ ଚାପ ଓ ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଲୋକେ ପୋଲିସ ଉପରୁ ଆଶା ଓ ଭରସା ତୁଟାଇ ଘରେ ଚୁପଚାପ୍ ଵସିରହିଵେ ଵୋଲି ଶୁଣାଯାଉଛି। ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *