ସୁନ୍ଦରଗଡ,୨୨/୦୬/୨୦୨୨( ଓଡ଼ିଶା ସମାଚାର )- ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ର ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଖୁଟୁଗାଁ ରେ ଘରୋଇ କଳହକୁ ନେଇ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳହକୁ ନେଇ ବଡ ଭାଇ ବିଶୁ କୁମାରଙ୍କ ଟାଙ୍ଗିଆ ଚୋଟରେ ସାନ ଭାଇ ବାଡି କୁମାରଙ୍କର ମୃତ୍ୟୁ ହୋଇଛି । ଖୁଟୁଗାଁ ଗ୍ରାମର ବିଶୁ କୁମାର ଏବଂ ବାଡି କୁମାର ଦୁଇ ଭାଇ ଏକାଠି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧରେ ଝଗଡା ହୋଇଥିଲା । ବଡ ଭାଇ ଏକ ଟାଙ୍ଗିଆରେ ସାନ ଭାଇକୁ ଆକ୍ରମଣ କରିବା ଫଳରେ ସାନ ଭାଇର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ବଡ ଭାଇ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ବଡ ଭାଇ ବିଶୁ କୁମାରଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର
