Wednesday , July 6 2022
Breaking News
Home / ତାଜା ଖବର / ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

 ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ   ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ଙ୍କର ମୃତ୍ୟୁ ଘଟିଛି । ସେ  ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଞ୍ଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ  ଗୁରୁତର  ଆହତ ହୋଇଥିଲେ। ଆହତଙ୍କୁ ନିଶ୍ଚିନ୍ତକୋଇଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେହେଁ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର  ଯାଇଥିଲା। ସେଠାରେ ତାଙ୍କର  ମୃତ୍ୟୁ  ହୋଇଯାଇଥିଲା । ଉତ୍ୟକ୍ତ ଲୋକେ ଦେମାଣ୍ଡ ବାଲିଘାଟ ରେ ଧାରଣା ଦେବାସହ  ବହୁ ସମୟ ଧରି ରାସ୍ତାରୋକୋ କରିଥିଲେ।  ତହସିଲଦାର କର୍ଣ୍ଣଦେବ ସମାଦାର, ପୋଲିସ ପ୍ରଶାସନ ପହଞ୍ଚି ଧାରଣା ରତ ଲୋକଙ୍କୁ  ବୁଝାଶୁଝା କରିଥିଲେ। ମାତ୍ର ସ୍ଥାନୀୟ  ଲୋକମାନେ କ୍ଷତିପୂରଣ ଦାବି କରି ଧାରଣା ଅବ୍ୟାହତ ରଖିବା ସହ ତହସିଲଦାର ଙ୍କୁ ଚଲାଇ ଚଲାଇ ବାଲିଘାଟକୁ ନେଇଥିଲେ। ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିବା ସହ ବାଲି ଘାଟକୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନେବା ସହ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକେ ଦାବି କରିଛନ୍ତି। ଓଡିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *