Thursday , August 18 2022
Breaking News
Home / ବିଶେଷ / ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ  ଆଧ୍ୟାତ୍ମିକ ପୁସ୍ତକ “ପଞ୍ଚାଶତ୍ ପଞ୍ଚକମ୍”ର ୨ୟ  ସଂସ୍କରଣ ଉନ୍ମୋଚିତ

ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ  ଆଧ୍ୟାତ୍ମିକ ପୁସ୍ତକ “ପଞ୍ଚାଶତ୍ ପଞ୍ଚକମ୍”ର ୨ୟ  ସଂସ୍କରଣ ଉନ୍ମୋଚିତ

କଟକ,୨୨/୦୬/୨୦୨୨( ଓଡ଼ିଶା ସମାଚାର )-  ୪୨ ମୌଜା କର୍ମ କାଣ୍ଡ ବ୍ରାହ୍ମଣ ମହାସଭାର ଏକ ସାଧାରଣ ସଭା ଦହିଗାଁ ସ୍ତିତ ମା ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅସ୍ଥାୟୀ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ  ଅନୁଷ୍ଠିତ ସଭାରେ ନୂତନ ଭାବେ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟ ଉପ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପତି,ସାଧାରଣ ସମ୍ପାଦକ ପଣ୍ଡିତ  ଶ୍ରୀଯୁକ୍ତ ରଘୁନାଥ ଦାଶ,ସହ ସମ୍ପାଦକ ପଣ୍ଡିତ ଶ୍ରୀଯୁକ୍ତ ପ୍ରତାପ କେଶରୀ ପତି,କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ଶକ୍ତିଦତ ଆଚାର୍ଯ୍ୟ,ସହ କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ସୁଦର୍ଶନ ପତି, ଉପଦେଷ୍ଟା ପଣ୍ଡିତ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପତି, ଉପଦେଷ୍ଟା ମଣ୍ଡଳୀ ଭାବେ ପଣ୍ଡିତ ଶ୍ରୀଯୁକ୍ତ ଭୈରବ କର, ପଣ୍ଡିତ ଶ୍ରୀଯୁକ୍ତ ନକୁଳ ପତି, ରାମକୃଷ୍ଣ ପତି, ଅଶୋକ ଦାସ, ସଂଯୋଜକ ମଣ୍ଡଳୀ ତ୍ରିଲୋଚନ ଶତପଥୀ, ଜ୍ଞାନ ରଞ୍ଜନ ପଣ୍ଡା, ସୁମନ୍ ପତି, ରଘୁନାଥ ତ୍ରିପାଠୀ, ପ୍ରତାପ ଆଚାର୍ଯ୍ୟ, ଦେବେନ୍ଦ୍ର ଆଚାର୍ଯ୍ୟ, ଶକ୍ତିଧର ପତି, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଆଶିଶ ଦାଶ,ଲୋକ ସମ୍ପର୍କ ତାପସ କୁମାର ମହାପାତ୍ର, ଅମର ପ୍ରସାଦ ଆଚାର୍ଯ୍ୟଙ୍କ ସହ  ସଭାରେ ପ୍ରମୁଖ ସର୍ବେଶ୍ଵର ଆଚାର୍ଯ୍ୟ,ବିକାଶ ଷଡ଼ଙ୍ଗୀ, ନରେଶ ପତି, କୃତିଜ୍ଜଳ ଷଡ଼ଙ୍ଗୀ ମାନସ ଆଚାର୍ଯ୍ୟ,କମଳ ପତି, ବିଶ୍ୱଭୂଷଣ ପତି, କୃଷ୍ଣଚନ୍ଦ୍ର ମହାପାତ୍ର, ନିମାଇ ନାୟକ, ଏବଂ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସର୍ବଶେଷରେ ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ  ୨ୟ  ସଂସ୍କରଣ “ପଞ୍ଚାଶତ୍ ପଞ୍ଚକମ୍” ଉନ୍ମୋଚିତ ହୋଇଥିଲା । ତ୍ରିଲୋଚନ ପତି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.