Wednesday , July 6 2022
Breaking News
Home / କୃଷି / ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ କର୍ମ କର୍ତା ଚୟନ

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ କର୍ମ କର୍ତା ଚୟନ

ଜୁନାଗଡ଼,୨୨/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଏହା ପ୍ରଥମ ବୈଠକ । ଆଗକୁ କିପରି ସଂଘକୁ ମଜବୁତ କରିହେବ ସେ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ସଂଘକୁ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବ ସମ୍ମାତି ଭାବେ ଜିଲ୍ଲା ସଭାପତି ଚିତରଞ୍ଜନ ସାହୁ, ଉପସଭାପତି ପ୍ରଣବ ବେହେରା, ସମ୍ପାଦକ ଆଶିଷ ରାୟଗୁରୁ, କୋଷାଧ୍ୟକ୍ଷ ଦେବରାଜ ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ ଓ ସଂଘର ଆଇନ ପରାମର୍ଶ ଦାତା ଭାବେ ଆଦିତ୍ୟ ସାହୁ ମନୋନୀତ ହୋଇଥିଲେ । ସେହିପରି ପ୍ରତେ୍ୟକ ବ୍ଲକରୁ ଜଣେ ବ୍ଲକ ସ୍ତରୀୟ ସଭାପତି ଓ ସମ୍ପାଦକ ମଧ୍ୟ ଚୟନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ହାଭେଷ୍ଟର ମାଲିକ ସଂଘ ମାନେ ଯୋଗ ଦେଇ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

ଜୁନାଗଡ଼ ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସର ସଭାପତି …

Leave a Reply

Your email address will not be published. Required fields are marked *