Wednesday , July 6 2022
Breaking News
Home / କ୍ରୀଡ଼ା /    ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

   ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

 କେନ୍ଦ୍ରାପଡ଼ା,୨୨/୦୬/୨୦୨୨( ଓଡ଼ିଶା ସମାଚାର )-ଜିଲ୍ଲା ସ୍ତରୀୟ ତ୍ରୀଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗରାପୁରସ୍ଥିତ  ଶିବାନନ୍ଦ ଆଶ୍ରମ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୮ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଯୋଗଗୁରୁ କୈଳାସ ରାଉତ, ସଞ୍ଜୟ କୁମାର ମଥାନ, ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ  ଡଃ. ପଦ୍ମଜା କବି ଶତପଥୀ ଓ କପାଳେଶ୍ୱର ପଂଚାୟତର ପୂର୍ବତନ ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୋଗର ଉପାଦେୟତା ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଶିବିରରେ ନେହେରୁ ଯୁବ କେନ୍ଦ୍ର, କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଶିବାନନ୍ଦ ଯୋଗ ବିଦ୍ୟାଳୟର ସ୍ୱେଛାସେବୀମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର  ଅଧ୍ୟାପକ ମୃତୁ୍ୟଞ୍ଜୟ ମହାନ୍ତି ଓ ଗିରିଜାକାନ୍ତ ଦାସ, ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଗୋଲି ତିରୁପତି ରେଡି, ବାବା ନୃସିଂହ ଦାସ, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ବାସନ୍ତୀ ମହାନ୍ତି, ଅଭିମନୁ୍ୟ ଗୋଛାୟତ, ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶ୍ରୀ ଯୋଗ ବେଦାନ୍ତ କଳା ନିକେତନର ମିଳିତ …

Leave a Reply

Your email address will not be published. Required fields are marked *