କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଦୌରାଜଜ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏସଡିଜେଏମ୍ ଅଢ଼ିତ ବେହେରା, ସବଜଜ କୁମୁଦିନୀ ମୁଦୁଲି, ସିଭିଲ କୋର୍ଟ ରେଜିଷ୍ଟ୍ରାର ପୂଣ୍ୟଶ୍ଳୋକ ରଥଙ୍କ ସମେତ ଅନ୍ୟ ଜଜମାନେ ଏବଂ ସରକାରୀ ଓକିଲ ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ରହି ଯୋଗ ପ୍ରାଣାୟମ କରିଥିଲେ । ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ । ଏହା ମନୁଷ୍ୟର ମାନସିକ, ଆଧ୍ୟାତ୍ମିକ ଓ ବୌଦ୍ଧିକ ବିକାଶରେ ସହାୟକ ହେବା ସହ ରୋଗ ନିରାକରଣରେ ସହାୟକ ହୋଇଥାଏ ବୋଲି ଜିଲ୍ଲାଜଜ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
