Wednesday , July 6 2022
Breaking News
Home / କ୍ରୀଡ଼ା / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶ୍ରୀ ଯୋଗ ବେଦାନ୍ତ କଳା ନିକେତନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀମାନେ ଅଂଶଗ୍ରହଣ କରି ଯୋଗ ଶିକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଯୋଗ ଗୁରୁ ସଞ୍ଜୟ ମଥାନ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସମସ୍ତଙ୍କୁ ବିଭିନ୍ନ ଯୋଗାସନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ । ଏଥିସହ ଯୋଗାସନରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାମଲ ପୁରସ୍କୃତ କରିଥିଲେ । ଜାତୀୟ ସ୍ତରୀୟ ଯେଗାସନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କୁ ଯୋଗରତ୍ନ ଓ ଯୋଗ ଗୁରୁ ସଞ୍ଜୟ ମଥାନଙ୍କୁ ଯୋଗଗୁରୁ ସମ୍ମାନରେ ସମ୍ମାନିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

   ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି …

Leave a Reply

Your email address will not be published. Required fields are marked *