Wednesday , July 6 2022
Breaking News
Home / ବିଶେଷ / ଚିତି ସାପ କାମୁଡ଼ାରେ ଜଣେ ମୃତ

ଚିତି ସାପ କାମୁଡ଼ାରେ ଜଣେ ମୃତ

ବାଲିଗୁଡା,୨୨/୦୬/୨୨(ଓଡିଶା ସମାଚାର/ ସଞ୍ଜୟ  କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା  ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁର ନୀଳନ୍ତି ମଲ୍ଲିକଙ୍କୁ ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ନୀଳନ୍ତି ରାତିରେ ଶୋଇଥିବା ସମୟରେ ହଠାତ୍‌ ଚିତି ସାପଟି ତାଙ୍କୁ କାମୁଡ଼ିଦେଇଥିଲା । ପରେ ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ କୋଟଗଡ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ତାଙ୍କୁ ଶବ କୁ  ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ଓଡିଶା ସମାଚାର

About admin

Check Also

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …

Leave a Reply

Your email address will not be published. Required fields are marked *