Tuesday , September 27 2022
Breaking News
Home / ବିଶେଷ / ଗୋରଖନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରୀ

ଗୋରଖନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରୀ

ରଘୁନାଥପୁର, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- ତିର୍ତୋଲ ଥାନା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ମନ୍ଦିର ସମ୍ମୁଖରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରୀ ହୋଇଛି । ଏହି ଚୋରୀ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିବାବେଳେ ଚୋରମାନେ ତିର୍ତୋଲ ପୋଲିସ କୁ ଖୋଲା ଚାଲେଂଜ ଦେଇଛନ୍ତି । ଅପର ପକ୍ଷରେ ଏହା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଖୁବ ମାନସିକ ଆଘାତ ଦେଇଥିବା ଚାରିଆଡ଼େ ଚର୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟ କି ଗତକାଲି ମଙ୍ଗଳବାର ମଧ୍ୟ ରାତ୍ରରେ ଏହି ଚୋରୀ ହୋଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଠାକୁରଙ୍କ ସମ୍ମୁଖରେ ଥିବା ୩ ଗୋଟି ହୁଣ୍ଡି ମଧ୍ୟରୁ ୨ ନମ୍ବର ମୁଖ୍ୟ ହୁଣ୍ଡିକୁ ଶାବଳରେ ତାଡ଼ି ୩ ଜଣ ଦୁର୍ବୃତ ଅଖାଭର୍ତି କରି ଟଙ୍କା ନେଇଯାଉଥିବା ସିସିଟିଭି ରେ କଏଦ ହୋଇଛି । ତେବେ ମନ୍ଦିରରେ ରାତ୍ରି ଜଗୁଆଳି ସହିତ ୨ ଜଣ ହୋମଗାର୍ଡ଼ କର୍ତବ୍ୟରତ ଥିବା ଅବସ୍ଥାରେ ଏହି ଚୋରୀ ହୋଇଥିବା ମନ୍ଦିରର ସୁରକ୍ଷା ଉପରେ ଅଙ୍ଗୁଳି ଉଠାଇଛି । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜାଙ୍କ ସୂଚନା ଅନୁଯାୟୀ ଗତ ବର୍ଷ ଅପ୍ରେଲ ମାସରେ ଶେଷଥର ପାଇଁ ହୁଣ୍ଡି ଖୋଲାଯାଇଥିଳା । କୋଭିଡ଼ କଟକଣା ଉଠିବା ପରେ ମନ୍ଦିର ରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅନ୍ୟୁନ ୧୦ ଲକ୍ଷ ଟଙ୍କା ଚୋରୀ ଯାଇଥିବା ଆକଳନ କରାଯାଉଛି । ଏ ବିଷୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.