Wednesday , July 6 2022
Breaking News
Home / ବିଶେଷ / କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦାୟିତ୍ୱ ଗ୍ରହଣ 

କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦାୟିତ୍ୱ ଗ୍ରହଣ 

କନ୍ଧମାଳ,୨୨/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୃନ୍ଦା ଡି ଙ୍କୁ ଓ ଏସଏମସିଏଲ, ଭୁବେନଶ୍ୱର କୁ ବଦଳି ହୋଇଛି । ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲ ଙ୍କୁ ପଚାରିବାରେ ଜିଲାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦୃଷ୍ଟି ଦେବେ ବୋଲି କହିଛନ୍ତି । ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦୃଷ୍ଟି ଦେବେ ବୋଲି ଆହୁରି କହିଥିଲେ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ  ଭେଟି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳ ପାଟିଲ ଗଣ ମାଧ୍ୟମ ର ଆନ୍ତରିକ ସହଯୋଗ କାମନା କରିଥିଲେ । ଓଡିଶା ସମାଚାର

About admin

Check Also

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ …

Leave a Reply

Your email address will not be published. Required fields are marked *