Thursday , August 18 2022
Breaking News
Home / ବିଶେଷ / ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ

ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- ବୁଧବାର ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୬ ର ସବ୍ କମିଟି-୩ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ,ଗୋଦାମଗୃହ, ସମବାୟ ବିଭାଗର କୃଷି ପ୍ରାଥମିକ ସମବାୟ ସମିତି ,ହସ୍ତତନ୍ତ ବିଭାଗର ବୁଣାକାର ତନ୍ତୁବାୟ ସହଯୋଗ ସମିତି ପରିଦର୍ଶନ କରିଥିଲେ । ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ତଥା ବିଧାୟକ ଶ୍ରୀ ଅରବିନ୍ଦ ଢାଲିଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ବିଧାୟକ ରଣପୁର ଶ୍ରୀ ସତ୍ୟନାରାୟଣ ପ୍ରଧାନ ସାଁପୁର ଖୁଚୁରା ବିକ୍ରୟ କେନ୍ଦ୍ର ,ବଡବାଗ ତନ୍ତୁବାୟ ସହଯୋଗ ସମିତି,ଗୋପିନାଥପୁର ପ୍ରାଥମିକ କୃଷି ସମବାୟ ସମିତି ଏବଂ ବସନ୍ତପୁର ଠାରେ ଥିବା ଚାଉଳ ଗୋଦାମ ପରିଦର୍ଶନ କରିଥିଲେ । କମିଟି ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ରହି କମିଟି ଅଧ୍ୟକ୍ଷଙ୍କୁ ଜିଲ୍ଲାରେ ପ୍ରାଥମିକ କୃଷି ସମବାୟ ସମିତି,ବୁଣାକାର ତନ୍ତୁବାୟ ସହଯୋଗ ସମିତି,ଖାଦ୍ୟ ଓ ଯୋଗାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ଓ ଚାଉଳ ଗୋଦାମ କାର୍ଯ୍ୟକାରିତା ସଂପର୍କରେ ଅବଗତ କରିଥିଲେ । ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସଂପୃକ୍ତ ବିଭାଗର ବିଭିନ୍ନ ଯୋଜନା ଓ ସାଧାରଣ ଲୋକଙ୍କର ସୁବିଧା ଅସୁବିଧା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର ଜିଲ୍ଲାର ବସନ୍ତପୁର,ତରଡାପଡା,ଯୋଗଧାରୀରେ ଚାଉଳ ଗୋଦାମ ଥିବା ପ୍ରକାଶ କରିଥିଲେ । ଜିଲ୍ଲାରେ ୪୪୭ ପ୍ରାଇଭେଟ୍ ଖୁଚୁରା ବିକ୍ରୟ କେନ୍ଦ୍ର ଓ ୧୩୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ଖୁଚୁରା ବିକ୍ରୟ କେନ୍ଦ୍ର ୬ଟି ପଂଚାୟତ ଓ ୩ଟି ସମବାୟ ସମିତି ପରିଚାଳିତ ମୋଟ୍ ୫୮୮ଟି ଖୁଚୁରା ବିକ୍ରୟ କେନ୍ଦ୍ର ଥିବା ପ୍ରକାଶ କରିଥିଲେ । ଜିଲ୍ଲାରେ ଅନ୍ତୋଦୟ ଅନ୍ନ ଯୋଜନା.ପି.ଏଚ୍,ଏଚ୍,ଅନ୍ନପୂର୍ଣ୍ଣା,ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ୍ ୨୩୯୨୯୬ ଟି କାର୍ଡ ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାଓ ଅତିରିକ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୫କି.ଗ୍ରା ମାଗଣା ଚାଉଳ ଜୁଲାଇ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି । ଏତଦ୍ ବ୍ୟତୀତ ୩ଗୋଟି ଏସ୍.ସି,ଏସ୍.ଟି ବିଦ୍ୟାଳୟ ଅନ୍ତେବାସୀଙ୍କୁ ଚାଉଳ ଯୋଗାଣ କରାଯାଇଛି । ଏତଦ୍ ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ରେସନ୍ କାର୍ଡ ମାଧ୍ୟମରେ କିରୋସିନି ତେଲ ଯୋଗାଇ ଦିଆଯାଉଛି । ୨୦୨୧-୨୨ ଆର୍ଥôକ ବର୍ଷରେ ଜିଲ୍ଲାରେ ୨୭୭୯୦ ଚାଷୀଙ୍କ ଠାରୁ ୧୦୧୭୪୩୮.୪୬ କ୍ୱିନ୍ଟାଲ ଧାନ ୧୦୪ଟି ପା୍ରଥମିକ କୃଷି ସମବାୟ ସମିତି ମାଧ୍ୟମରେ କ୍ରୟ କରାଯାଇଛି । ବୈଠକରେ ଯୋଗଦେଇ ସମବାୟ ବିଭାଗର ଜିଲ୍ଲା ପ୍ରବନ୍ଧକ ଶ୍ରୀ ରୁଦ୍ର ପ୍ରସାଦ ଦାସ ଜିଲ୍ଲାରେ ୧୮୨ ଟି ସମବାୟ ଅନୁଷ୍ଠାନ କାର୍ଯ୍ୟକାରୀ ହେଉଥିବା ପ୍ରକାଶ କରିଥିଲେ । ଜିଲ୍ଲାରେ ୨୦୨୧-୨୨ ରେ ୨୮୫୨ ମେଟ୍ରିକ୍ ଟନ୍ ସାର ଉପଯୋଗ ହୋଇଥିବା ବେଳେ ୨୦୨୨-୨୩ ବର୍ଷ ପାଇଁ ଆଜି ସୁଦ୍ଧା ୪୦୦ ମେଟ୍ରିକ ଟନ୍ ସାର ଯୋଗାଣ ହୋଇଛି । ୨୦୨୨-୨୩ ବର୍ଷରେ ୮୨ ସମବାୟ ସମିତି ମାଧ୍ୟମରେ ୧୩୬୧ କ୍ୱିନ୍ଟାଲ ବିହନ ବିକ୍ରୟ କରାଯାଇଛି । ଚଳିତବର୍ଷ ୩୦୦ ମେଟ୍ରିକ ଟନ୍ ମୁଗ ବିକ୍ରୟ ହୋଇଅଛି । ବୈଠକରେ ଯୋଗଦେଇ ସହକାରୀ ନିର୍ଦ୍ଧେଶକ ହସ୍ତଶିଳ୍ପ ଜିଲ୍ଲାରେ ୫୦୦୦ ରୁ ଅଧିକ କାରିଗର ରହିଛନ୍ତି । ୮୩୫ ଜଣ କାରିଗରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କାରିଗର ମାନଙ୍କୁ ଶିଳ୍ପୋନ୍ନତି ଯୋଜନାରେ ଋଣ ପ୍ରଦାନ କରାଯାଇଥିବା ବେଳେ ଗୃହ ନିର୍ମାଣ ପାଇଁ ୧,୨୦,୦୦୦ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ନାଉଗାଁରେ ହାଣ୍ଡିକ୍ରାଫ୍ଟ ସ୍କୁଲରେ ବେତ ଓ ବାଉଁଶର ତିଆରି ଦ୍ରବ୍ୟ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଉଛି । ବୟନଶିଳ୍ପ ବିଭାଗର ସହକାରୀ ନିର୍ଦ୍ଧେଶକ ଯୋଗଦେଇ କହିଲେ ଜିଲ୍ଲାରେ ୧୨ଟି ପ୍ରାଥମିକ ବୁଣାକାର ସମବାୟ ସମିତି ରହିଛି । ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ଇନଭର୍ଟର ସ୍ଥାପନ ଓ କଂକ୍ରିଟ୍ ନିର୍ମାଣ ନିମନ୍ତେ ବୁଣାକାର ମାନଙ୍କୁ ଆର୍ଥôକ ସହାୟତା ପ୍ରଦାନ କରାଯାଉଛି । ବୁଣାକାର ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୀମା ପ୍ରଦାନ କରାଯାଉଛି । ଏହି ବୈଠକରେ ଯୋଗାଣ ନିଗମ, ଜେନେରାଲ ମ୍ୟାନେଜର ମମତା ନାୟକ, ଜଏନ୍ଟ ରେଜିଷ୍ଟ୍ରାର ଜିରୋମ୍ କେରକେଟା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଧାନସଭା ଷ୍ଟାଣ୍ଡିଂ କମିଟି ସ୍ପଟ ଭିଜିଟ୍ ରେ ସନ୍ତୋଷ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.