Wednesday , July 6 2022
Breaking News
Home / ତାଜା ଖବର / Breaking News : ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ହାମଲା, ୩ ଯବାନ ସହିଦ – ୨୦ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

Breaking News : ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ହାମଲା, ୩ ଯବାନ ସହିଦ – ୨୦ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର

ନୂଆପଡ଼ା,୨୧/୦୬/୨୦୨୨( ଓଡ଼ିଶା ସମାଚାର )- ବୋଡ଼େନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ହାମଲା ରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୭ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୧୬ ନମ୍ବର ସିଆରପିଏଫ ଯବାନଙ୍କର ୧୯ ନମ୍ବର ଟିମ୍ ରାସ୍ତା ସଫା କରିବାକୁ ଯାଇଥିଲେ । କ୍ୟାମ୍ପକୁ ଫେରିବା ସମୟରେ ମାଓବାଦୀମାନେ ହମଲା କରିଥିଲେ । ମାଓବାଦୀଙ୍କ ଗୁଳିରେ ୩ ଜଣ ଯବାନ ସହିଦ ହେବା ସହିତ ୭ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ୭ ଜଣ ଯବାନଙ୍କୁ ହସପିଟାଲକୁ ନିଆଯାଇଛି । ପଶ୍ଚିମାଂଚଳ ଡ଼ିଆଇଜି ଏବଂ ନୂଆପଡ଼ା ଏସପି ଘଟଣାସ୍ଥଳକୁ ଯାଇଥିବା ସୂଚନା । ସହିଦ ଯବାନଙ୍କ ପରିଚୟ ବର୍ତମାନ ହସ୍ତଗତ ହୋଇନାହିଁ । ତେବେ ୩ ସହିଦ ଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା । ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *