Thursday , August 18 2022
Breaking News
Home / ବିଶେଷ / ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ସୂଚନାଧିକାର ଆଇନ ପରିସରକୁ ଆସିବ ଭିଜିଲାନ୍ସ   

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ସୂଚନାଧିକାର ଆଇନ ପରିସରକୁ ଆସିବ ଭିଜିଲାନ୍ସ   

ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବାଦ୍ ଦିଆଯିବ # ୪ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ, ୨୧/୦୬/୨୦୨୨( ଓଡ଼ିଶା ସମାଚାର )- ଏଣିକି ସୂଚନାଧିକାର ଆଇନ ପରିସରଭୁକ୍ତ ହେବ ରାଜ୍ୟ ଭିଜିଲାନ୍ସ। ଭିଜିଲାନ୍ସକୁ ଆରଟିଆଇ(ସୂଚନାଧିକାର ଆଇନ)ପରିସରଭୁକ୍ତ କରାଯାଇ ନଥିବାରୁ ଦୁର୍ନୀତି ସମ୍ପର୍କିତ ତଥ୍ୟ ମିଳିପାରୁ ନଥିଲା। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୨୦୧୬ ଅଗଷ୍ଟ ୧୧ରେ ରାଜ୍ୟ ସାଧାରଣ ପ୍ରଶାସନ(ଭିଜିଲାନ୍ସ) ବିଭାଗକୁ ସୂଚନାଧିକାର ଆଇନ-୨୦୦୫ରୁ ବାଦ୍ ଦିଆଯିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯାହାକୁ ଚ୍ୟାଲେଞ୍ଜ କରି ଦାୟର ଏକାଧିକ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟୋ ଏହି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।ଏଥିସହ ଭିଜିଲାନ୍ସକୁ ଆରଟିଆଇ ଆକ୍ଟ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଧିକାର କର୍ମୀ ସୁବାସ ମହାପାତ୍ର, ପ୍ରବୀର ପ୍ରଧାନ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି କରି ମୁଖ୍ୟବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆରଟିଆଇ ଆକ୍ଟ ଅନୁସାରେ ଭିଜିଲାନ୍ସରୁ ଦୁର୍ନିତୀ ଓ ମାନବିକ ଅଧିକାର କ୍ଷୁଣ୍ଣ ତଥା ଅନ୍ୟାନ୍ୟ ତଥ୍ୟ ଭିଜିଲାନ୍ସରୁ ନମିଳିବା ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ଏଣୁ ଭିଜିଲାନ୍ସର ଗୋପନୀୟ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଛାଡି ବାକି ସବୁ ଉପରୋକ୍ତ ଆଇନ ଅନ୍ତର୍ଗତ ଆସିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟପଟରେ ଆସନ୍ତା ୪ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏସମ୍ପର୍କିତ ସଂଶୋଧିତ ତଥା ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ପ୍ରକାଶ ଯେ ୨୦୧୬ ଅଗଷ୍ଟ୧୧ରେ ସୂଚନାଧିକାର ଆଇନରୁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ସମ୍ପୂର୍ଣ୍ଣପୂର୍ଣ୍ଣ ବାଦ୍ ଦିଆଯିବା ନେଇ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହା ବିରୋଧରେ ବହୁ ସୂଚନାଧିକାର କର୍ମୀ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ସୂଚନାଧିକାର ଆଇନ ୨୦୦୫ର ଧାରା ୨୪ର ଉପଧାରା ୪ ବଳରେ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ କରିବାର ଅଧିକାର ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ । ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ। ଯେହେତୁ ୨୦୧୧ରୁ ସିବିଆଇକୁ କେନ୍ଦ୍ର ସରକାର ସୂଚନାଧିକାର ଆଇନ ପରିସରଭୁକ୍ତ କରିନାହାନ୍ତି ଓ କେତେକ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ରାଜ୍ୟର ଭିଜିଲାନ୍ସ ବିଭାଗକୁ ଏହି ଆଇନରୁ ବାଦ୍ ଦେଇଛନ୍ତି। ଏଣୁ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ନିୟମ ଲାଗୁ କରିଥିବା ଦର୍ଶାଇଥିଲେ। କିନ୍ତୁ ଅଦାଲତ କେବଳ ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ଛାଡି ଅନ୍ୟ ଗୁଡିକୁ ଏହି ଆଇନ ପରିସରଭୁକ୍ତ କରିବାକୁ ରାୟରେ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.