କଟକ ସଦର, ୨୧/୦୬/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସୂତାହାଟର ଜନୈକା ବେସାହାରା ଵିଧଵା ମହିଳା ପରବର୍ତ୍ତୀ ଜୀଵନ ପାଇଁ ଗତବର୍ଷ ତାଙ୍କର ଦୁଇ ମହଲା କୋଠା ସହ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ତାଙ୍କ ଘରେ ଦୀର୍ଘ ୨୫ ଵର୍ଷ ହେଲା ସେଵା ଯୋଗାଇ ଆସୁଥିଵା ରିକ୍ସାବାଲା ଵୁଢା ସାମଲଙ୍କୁ ଉଇଲ୍ କରି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି ମଙ୍ଗଳବାର ସମାଜସେବା ଲକ୍ଷରେ ଵିଜେଡିରେ ଯୋଗଦାନ କରି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରକାଶ ଯେ ସ୍ୱାମୀ ମରିଵାର ୬ ମାସ ପରେ ଏକମାତ୍ର ଝିଅର ମୃତ୍ୟୁ ପରେ ଶାଶୁ ଘର କିମ୍ବା ଵାପଘର ପକ୍ଷରୁ ସାହାରା ଟିକିଏ ନପାଇ ବେସାହାରା ହୋଇପଡ଼ିଥିଲେ ସୂତାହାଟର ମିନତୀ ପଟ୍ଟନାୟକ। ଏଥିପାଇଁ ପରବର୍ତୀ ଜୀବନ ପାଇଁ ତାଙ୍କୁ ନିଃସ୍ୱାର୍ଥପର ଭାବେ ସେଵା କରିଆସୁଥିବା ରିକ୍ସାବାଲା ଵୁଢା ସାମଲଙ୍କ ନାଁ ରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସ୍ଥାବର ଅସ୍ଥାଵର ସମ୍ପତି ଉଇଲ କରି ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ଜୀଵନ ସମାଜ ସେଵାରେ କଟାଇଵାକୁ ମିନତୀ ପଟ୍ଟନାୟକ ରାଜ୍ୟ ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ଵିଶ୍ୱ।ଳଙ୍କ ସହ ଯାଇଁ ରାଜ୍ୟ ଵିଜେଡି ସାଂଗଠନିକ ସମ୍ପାଦକ ଵିଧାୟକ ପ୍ରଣଵ ପ୍ରକାଶ ଦାସ ଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଵିଜେଡିରେ ଯୋଗ ଦେଇଥିବା ଜଣାପଡିଛି। ଓଡ଼ିଶା ସମାଚାର