ନୂଆପଡ଼ା,୨୧/୦୬/୨୦୨୨( ଓଡ଼ିଶା ସମାଚାର )- ବୋଡ଼େନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓ ହାମଲା ରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୧୬ ନମ୍ବର ସିଆରପିଏଫ ଯବାନଙ୍କର ୧୯ ନମ୍ବର ଟିମ୍ ରାସ୍ତା ସଫା କରିବାକୁ ଯାଇଥିଲେ । କ୍ୟାମ୍ପକୁ ଫେରିବା ସମୟରେ ମାଓବାଦୀମାନେ ହମଲା କରିଥିଲେ । ମାଓବାଦୀଙ୍କ ଗୁଳିରେ ୩ ଜଣ ଯବାନ ସହିଦ ହେବା ସହିତ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତିି । ଆହତ ୪ ଜଣ ଯବାନଙ୍କୁ ହସପିଟାଲକୁ ନିଆଯାଇଛି । ପଶ୍ଚିମାଂଚଳ ଡ଼ିଆଇଜି ଏବଂ ନୂଆପଡ଼ା ଏସପି ଘଟଣାସ୍ଥଳକୁ ଯାଇଥିବା ସୂଚନା । ସହିଦ ଯବାନଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ଶିଶୁପାଳ ସିଂ, ଏଏସଆଇ ଶିବଲାଲ୍, କନେଷ୍ଟବଳ ଧର୍ମେନ୍ଦ୍ର ସିଂ । ୩ ସହିଦ ଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା । ପାଟଧରା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିବ । ଓଡ଼ିଶା ସମାଚାର
