ଗରଦପୁର,୨୧/୦୬/୨୦୨୨( ଓଡ଼ିଶା ସମାଚାର )- ନେସନ୍ୟାଲ ହେରାଲଡ୍ଡ ମାମଲା ରେ କଂଗ୍ରେସ ର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପ୍ରତିବାଦରେ ଆଜି ପାଟକୁରା କଂଗ୍ରେସ ପକ୍ଷରୁ ଗରଦପୁର ଉପ-ଡାକଘର ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦଳୀୟ କାର୍ୟ୍ୟଳୟ ବନ୍ଧସାହି ଠାରୁ ୨ଶହ ରୁ ଉର୍ଦ୍ଧ୍ବ କର୍ମୀ ବାଇକ୍ ଶୋଭାଯାତ୍ରାରେ ଆସି ଉପ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଠାରେ ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ା ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ନିଜର ବକ୍ତବ୍ୟରେ କେନ୍ଦ୍ରରେ ଥିବା ମୋଦି ସରକାର ମିଛୁଆ ଗାଲୁଆ ସରକାର ସାଜିଛନ୍ତି । ଦେଶରେ ଦରଦାମ୍ ବୃଦ୍ଧି ସହ ବେକାରୀ ସମସ୍ୟା ଓ ଭ୍ରଷ୍ଟାଚାର ଦିନକୁ ଦିନ ବୃଦ୍ଧି ପାଉଛି । ସେନାକୁ ଦୁର୍ବଳ କରିବା ପାଇଁ ଅଗ୍ନିପଥ ଯୋଜନାରେ ଦେଶର ଯୁବକଙ୍କୁ ଭ୍ରମିତ କରୁଛନ୍ତି । ଏଥିରୁ ଦେଶବ୍ୟାପୀ ଙ୍କ ଦୃଷ୍ଟି କୁ ଅନ୍ୟଦିଗ କୁ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ରାହୁଲ ଗାନ୍ଧୀ ଙ୍କ ସହ କଂଗ୍ରେସ କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ । ଏହି ଅବସରରେ କଂଗ୍ରେସ ନେତା ସୁବାସ ସାମଲ, ଦୟାନିଧି ଜେନା, ନିରଞ୍ଜନ ରାଉତ, କୁମାର ପାଣି, ଶଙ୍କର୍ଷଣ ମଲ୍ଲିକ, ପ୍ରତାପ ଲେଙ୍କା, ସୁରେନ୍ଦ୍ର ବାରିକ୍, ରମାକାନ୍ତ ସ୍ବାଇଁ, ରଞ୍ଜନ ପରିଜା, ଫକିର ଲେଙ୍କା, ନୃସିଂହ ପରିଜା, ଦୋଳଗୋବିନ୍ଦ ମାହାଳୀ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ନିଜ ନିଜର ବକ୍ତବ୍ୟ ରଖି ଥିବାବେଳେ, ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର
