ଜୁନାଗଡ଼ , ୨୧/୦୬/୨୦୨୨( ଓଡ଼ିଶା ସମାଚାର / ରାକେଶ ବେମାଲ)- ଜୁନାଗଡ଼ ବେଡ଼ମୀଣ୍ଟନ ଇଣ୍ଡୋର ହଲ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ କାର୍ୟ୍ୟକାରୀ ସଭାପତି ସରୋଜ ପଣ୍ଡା ସଭାପତିତ୍ୱ କରି ଯୋଗ ଶିକ୍ଷା ଶରୀର ଓ ମନକୁ ସତେଜ ରଖେ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ , ସମ୍ମାନିତ ଅତିଥି ଭିବୁ ପ୍ରସାଦ ପାଢ଼ୀ, ବେଡ଼ମୀଣ୍ଟନ ଆସୋସିଏସନ କୋଷାଧ୍ୟକ୍ଷ ରାକେଶ ବେମାଲ, ଦିଲୀପ ପଣ୍ଡା ଯୋଗ ଦେଇ ଯୋଗ ଶରୀରକୁ ନୀରୋଗ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ବୋଲି ମତ ବ୍ୟକ୍ତ କରିଥିଲେ ।ବେଡ଼ମୀଣ୍ଟନ ଆସୋସିଏସନ ଉପଦେଷ୍ଟା ହିମାଂଶୁ ଶେଖର ବରାଡ଼ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ଉପ ସଭାପତି ଜଳି ପରା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
