Wednesday , July 6 2022
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିବା ସହିତ ଦୈନିକ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ । ସମର ଶିକ୍ଷାର୍ଥୀ ବାହିନୀର ମେଜର ଜ୍ଞାନ ରଞ୍ଜନ ମହାନ୍ତି, ଲେପ୍ଟନାନ୍ଟ ସୀମା ମହାନ୍ତି, ଜାତୀୟ ସେବା ସଂସ୍ଥାର ଅଧିକାରୀ ପ୍ରମୋଦ କୁମାର ବେହେରା, ଜ୍ଞାନ ରଞ୍ଜନ ଦାସ, ଗୌରପ୍ରସାଦ ଷଡଙ୍ଗୀ, ଅଶୋକ କୁମାର ଦାସ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ । ଯୋଗଗୁରୁ ସୁମନ୍ତ ଶେଖର ପଲେଇ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଚ୍ଛାସେବୀ ଓ କାଡେଟ୍ ମାନଙ୍କୁ ଯୋଗ ଶିଖାଇଥିଲେ । ବିଭିନ୍ନ ପ୍ରକାର ଯୋଗ ଶିଖାଯିବା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷର ଚାରାଗଛ ରୋପଣ କରାଯାଇଥିଲା । ଶେଷରେ କ୍ରୀଡା ଶିକ୍ଷୟିତ୍ରୀ ପ୍ରତିମାରାଣୀ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶ୍ରୀ ଯୋଗ ବେଦାନ୍ତ କଳା ନିକେତନର ମିଳିତ …

Leave a Reply

Your email address will not be published. Required fields are marked *