Thursday , August 18 2022
Breaking News
Home / ବିଶେଷ / ଇଟାଲୀରେ ନବୀନ , ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ  ଡ. ନୀନା ମାଲହୋତ୍ରା

ଇଟାଲୀରେ ନବୀନ , ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ  ଡ. ନୀନା ମାଲହୋତ୍ରା

ଭୁବନେଶ୍ୱର, ୨୧/୦୬/୨୦୨୨( ଓଡ଼ିଶା ସମାଚାର )- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ ଦିନିଆ ବିଦେଶ ଗସ୍ତ ସୋମବାର ଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇଟାଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ରୋମ୍ ରେ ପହଞ୍ଚିଛନ୍ତି। ଭାରତୀୟ ରାଷ୍ଟ୍ରଦୂତ ଡ.ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ରୋମ୍ ରେ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜାତିସଂଘ ଆନୁକୂଲ୍ୟ ରେ ରୋମରେ ଆୟୋଜିତ ହେବାକୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ହାସଲ କରିଥିବା ଉପଲବ୍ଧି ସମ୍ପର୍କରେ ନିଜର ବକ୍ତବ୍ୟ ରଖିବେ।

ସେହିପରି ଇଟାଲୀ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରବାସୀ ଓଡ଼ିଆମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ବିକାଶରେ ଅଂଶୀଦାର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆମାନଙ୍କୁ ଅନୁପ୍ରେରିତ କରିବେ। ଏହା ପରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପ୍ରାନସିସ୍ ପୋପଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ଇଟାଲୀ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ମଧ୍ୟପ୍ରାଚ୍ୟ ଗସ୍ତ ଆରମ୍ଭ ହେବ। ଚଳିତ ମାସ ୨୯ ତାରିଖରେ ଦୁବାଇରେ ନିବେଶକମାନଙ୍କ ଏକ ସମାବେଶରେ ମଧ୍ୟ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶର ବହୁ ଶିଳ୍ପପତିଙ୍କ ସହ ରାଜ୍ୟରେ ନିବେଶ ସଂକ୍ରାନ୍ତ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.