Wednesday , July 6 2022
Breaking News
Home / କ୍ରୀଡ଼ା / ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଗରଦପୁର, ୨୧/୦୬/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ଶିତଳପାଟଣାଗ୍ରାମସ୍ଥିତ ଶିତଳେଶ୍ୱର ମହାଦେବ ମନ୍ଦିର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ଶିତଳପାଟଣା ପରିବେଶ ସମିତି ସଭାପତି ପରିକ୍ଷିତ ଦାଶ ସଭାପତିତ୍ୱ କରି ଯୋଗ ଶିକ୍ଷା ଶରୀର ଓ ମନକୁ ସତେଜ ରଖେ ବୋଲି କହିଥିଲେ । ସମ୍ମାନୀୟ ଅତିଥି ଭାବେ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ , ବୀର କିଶୋର ପଣ୍ଡା ଓ ପତଂଜଳି ପକ୍ଷରୁ ଯୋଗ ଗୁରୁ ଦେବ କୁମାର ପାଣି ଯୋଗ ଦେଇ ଯୋଗ ଶରୀରକୁ ନୀରୋଗ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ଶିବ ଚରଣ ବେହେରା, ଓମପ୍ରକାଶ ପଣ୍ଡା, ଆଦିତ୍ୟଜ୍ୟୋତି ଶଙ୍କର ଦାସ, ଶ୍ରୀଧର ସାହୁ, ପର୍ଶୁରାମ ସାହୁ, ସୁକାନ୍ତ କୁମାର ସାହୁ , ନୃସିଂହ ଚରଣ ସାହୁ, ଦୀପକ ପଣ୍ଡା, ପ୍ରକାଶ କୁମାର ପଣ୍ଡା ପ୍ରମୁଖ ଯୋଗ ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅସିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଶ୍ରୀ ଯୋଗ ବେଦାନ୍ତ କଳା ନିକେତନର ମିଳିତ …

Leave a Reply

Your email address will not be published. Required fields are marked *