Wednesday , July 6 2022
Breaking News
Home / କୃଷି / ଅବାଧ ଓ ମୁକ୍ତ  ସମିତି ନିର୍ବାଚନ ପାଇଁ ପଂଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି

ଅବାଧ ଓ ମୁକ୍ତ  ସମିତି ନିର୍ବାଚନ ପାଇଁ ପଂଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି

କେନ୍ଦ୍ରାପଡ଼ା, ୨୧/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ଅବାଧ ଓ ମୁକ୍ତ କରାଯିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଏକ ପାଖିଆ ଭାବେ ବଳିରାଜରେ କରାନଯାଇ ବଗଡା ପଂଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ କରାଯିବାକୁ ସ୍ଥାନୀୟ ସରପଂଚ ସୁବନୀ ସାହୁ ଓ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ଦାବି କରିଛନ୍ତି । ଏନେଇ ଏକ ଅଭିଯୋଗ ପତ୍ର କେନ୍ଦ୍ରାପଡା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ପ୍ରଦାନ କାରଯିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସମବାୟ ସମିତିର କୌଣସି ଜୋନରେ ଭୋଟର ସଂଖ୍ୟା ହଜାରରୁ କମ ରହିଲେ ସମବାୟ ସମିତି କାର୍ଯ୍ୟାଳୟ କିମ୍ବା ପଂଚାୟତ କାର୍ଯ୍ୟାଳୟରେ ବୁଥ୍ କରାଯିବାକୁ ନିୟମ ରହିଛି । କିନ୍ତୁ ବଗଡା ସମବାୟ ସମିତି ପକ୍ଷରୁ ବଳିରାଜ ଗ୍ରାମରେ ଏକ ଅସୁରକ୍ଷିତ ପରିତ୍ୟକ୍ତ ସ୍କୁଲ ଘରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ସରପଂଚ ଓ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍କୁଲଘରର ଦାୟୀତ୍ୱ ସରପଂଚଙ୍କ ଠାରେ ନ୍ୟସ୍ତ ଥିବାବେଳେ ତାଙ୍କୁ ନଜଣାଇ ଏଭଳି ନିଷ୍ପତି ନିଆଯାଇ ଥିବାରୁ ଏହାକୁ ବାତିଲ କରାଯାଇ ପଂଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର କରାଯିବାକୁ ସରପଂଚ ଶ୍ରୀ ସାହୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

ଜୁନାଗଡ଼ ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସର ସଭାପତି …

Leave a Reply

Your email address will not be published. Required fields are marked *