Wednesday , July 6 2022
Breaking News
Home / ତାଜା ଖବର / Breaking News : ବଡ଼ଭାଇ ର ଟାଙ୍ଗିଆ ଚୋଟ ରେ ସାନଭାଇ ର ଜୀବନ ଗଲା

Breaking News : ବଡ଼ଭାଇ ର ଟାଙ୍ଗିଆ ଚୋଟ ରେ ସାନଭାଇ ର ଜୀବନ ଗଲା

ରାଉରକେଲା, ୨୦/୦୬/୨୦୨୨( ଓଡ଼ିଶା ସମାଚାର )- ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲମସି ଗ୍ରାମରେ ବଡ଼ଭାଇ ର ଟାଙ୍ଗିଆ ଚୋଟ ରେ ସାନଭାଇ ର ଜୀବନ ଯାଇଛି । ବଡ଼ ଭାଇ ରଞ୍ଜିତ ମହାନ୍ତ ( ଲାଡୁ) ସାନ ଭାଇ ମନୋଜ କୁମାର ମହାନ୍ତକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଗତକାଲି ସାନଭାଇର ଝିଅ ବାହାଘର ସରିଥିଲା। ଆଜି ସମୁଦୁଣୀ ଦେଖା ସଂକ୍ରାନ୍ତରେ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରୁଥିବା ସମୟରେ ବଡ଼ଭାଇ ରଞ୍ଜିତ ପହଞ୍ଚି ଝଗଡା କରିଥିଲା।
ସାନଭାଇ ଏହାର ପ୍ରତିବାଦ କରିବାରୁ ରଞ୍ଜିତ ଏକ ଟାଙ୍ଗିଆରେ ମନୋଜର ମୁଣ୍ଡରେ ଖୁବ ଜୋରରେ ଏକ ଚୋଟ ମାରିଥିଲା। ଫଳରେ ସାନଭାଇ ତଳେ ପଡି ଯାଇଥିଲା । ତାକୁ ଗୁରୁତର ଆହତ ଅବସ୍ଥାରେ ଲହୁଣିପଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମନୋଜକୁ ମୃତ ଘୋଷଣା କରିଥିଲେ। ପୁଲିସ ଲମସି ଗ୍ରାମରେ ପହଞ୍ଚି ଅଭିଯୁକ୍ତ ବଡ଼ଭାଇ ରଞ୍ଜିତ କୁ ଗିରଫ କରି ହତ୍ରାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇଛି।ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *