Thursday , August 18 2022
Breaking News
Home / ବିଶେଷ / ଦୁଇ ନାବାଳକ ବାଇକ୍ ଚୋର ଗିରଫ

ଦୁଇ ନାବାଳକ ବାଇକ୍ ଚୋର ଗିରଫ

ଜୁନାଗଡ଼, ୨୦/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ ଅଞ୍ଚଳ ରେ ବାଇକ୍ ଚୋରୀ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଜୁନାଗଡ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁନାଗଡ ଅଞ୍ଚଳ ରେ ଦିନକୁ ଦିନ ଚୋରି ବୃଦ୍ଧି ଘଟୁ ଥିବା ବେଳେ ପୋଲିସ ତତ୍ପରତା ପ୍ରକାଶ କରି ବାଇକ୍ ଚୋରୀ କୁ ଧରିବା ରେ ପୁଣି ସଫଳ ହୋଇଛି । ନିକଟ ରେ କମ୍ପ୍ୟୁଟର୍ ଚୋରି ଘଟଣା ରେ ତିନି ଜଣ ଚୋର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ଥରେ ଏକ ବାଇକ୍ ଚୋରୀ ର ପର୍ଦ୍ଦାଫାସ କରି ଦୁଇ ଜଣ ବାଲ ଅପରାଧିଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗତ ୧୬ ତାରିଖ ଦିନ ଜୁନାଗଡ ଥାନା ଅନ୍ତର୍ଗତ ଅନ୍ତର୍ଲ। ଗ୍ରାମ ର ଜ୍ୟୋତି ରଞ୍ଜନ ପାଢି ଙ୍କ ଘରୁ ଏକ ବଜାଜ୍ ପଲସର ଗାଡି ଚୋରି ହୋଇଥିବା ସ୍ତାନୀୟ ଥାନା ରେ ଅଭିଯୋଗ ହୋଇଥିଲା । ଏଥି ନେଇ ଜୁନାଗଡ ପୁଲିସ ଛାନ୍ ଭିନ୍ କରି ଚୋର ଙ୍କୁ ଠାବ କରିବା ସହ ବାଇକ୍ ଉଦ୍ଧାର କରିବା ରେ ସଫଳ ହୋଇଥିଲା । ଚୋରି ଘଟଣା ରେ ସଂଶ୍ଲିଷ୍ଟ ଥିବା ଦୁଇ ବାଲ ଅଭିଯୁକ୍ତ ଙ୍କୁ ଗିରଫ କରି ଭବାନୀ ପାଟନା ସ୍ଥିତ ଜୁଭେଁନାଲ୍ କୋର୍ଟ କୁ ଚାଳନ କରାଯାଇଥିବା ଥାନାଅଧିକାର ଉତମ ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.