Tuesday , September 27 2022
Breaking News
Home / ବିଶେଷ / ଚୋରୀ ଅଭିଯୋଗରେ ଯୁବକଙ୍କୁ ଅପରହରଣ- ଡ୍ରାଇଭର ସହିତ ଗାଡି ଜବତ ଓ ଅପହୃତ ଉଦ୍ଧାର

ଚୋରୀ ଅଭିଯୋଗରେ ଯୁବକଙ୍କୁ ଅପରହରଣ- ଡ୍ରାଇଭର ସହିତ ଗାଡି ଜବତ ଓ ଅପହୃତ ଉଦ୍ଧାର

 ପାରାଦୀପ,୨୦/୦୬/୨୦୨୨( ଓଡ଼ିଶା ସମାଚାର )-  ପାରାଦୀପ ଜିରୋ ପଏଂଟ ଅଂଚଳରୁ ଟ୍ରକ୍ ରୁ ଚୋରୀ ଅଭିଯୋଗରେ ଏକ ଟ୍ରକ୍ ଡାଲାରେ ଜନୈକ ଯୁବକକୁ ହାତ ଗୋଡ ବନ୍ଧି ନେଇ ଯାଉଥିବା ବେଳେ ମାର୍ଶାଘାଇ ଅଂଚଳରୁ ସଂପୃକ୍ତ ଟ୍ରକ୍ ସହିତ ଡ୍ରାଇଭରକୁ ଗିରଫ କରିଛି ପାରାଦୀପ ଲକ୍ ଥାନା ପୋଲିସ୍ । ଘଟଣାରୁ ପ୍ରକାଶଯେ, ପାରାଦୀପ ଜିରୋ ପଏଂଟ ଅଂଚଳରେ ଏକ ଟ୍ରକ୍ରୁ ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିଥିବା ଅଭିଯୋଗରେ ଉଦୟବଟ ଅଂଚଳର କାହ୍ନୁ ମଲ୍ଲିକଙ୍କ ପୁଅ ମିଥୁନ ମଲ୍ଲିକକୁ ଓଡି-୦୫-ଏନ୍-୭୫୭୮ ଗାଡିର ଡ୍ରାଇଭର ହାତଗୋଡ ବାନ୍ଧି ଟ୍ରକ୍ ଡାଲାରେ ନେଇଯାଇଥିଲେ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହଜାରୀ ବଜାରରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ରଖି ଚା ପଉଥିବା ବେଳେ ଡାଲାରେ ବନ୍ଧା ହୋଇଥିବା ମିଥୁନ୍ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକମାନେ ମିଥୁନ୍ ର ଚିତ୍କାର ଶୁଣି ଟ୍ରକ୍ କୁ ଅଟକ ରଖି ମାର୍ଶାଘାଇ ପୋଲିସ୍ କୁ ଖବର ଦେଇଥିଲେ । ମାର୍ଶାଘାଇ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲେ ଓ ପାରାଦୀପ ଲକ୍ ପୋଲିସ୍ କୁ ଖବର ଦେଇଥିଲେ । ପାରାଦୀପ ଲକ୍ ପୋଲିସ୍ ସେଠାରେ ପହଂଚି ଅଭିଯୁକ୍ତ ଡ୍ରାଇଭର ସମେତ ମିଥୁନ ଓ ଟ୍ରକ୍ କୁ ଥାନା ଆଣିଥିଲେ । ଅପହରଣ ମାମଲାରେ ସଂପୃକ୍ତ ଡ୍ରାଇଭରକୁ  ସହିତ ଚୋରି ଅଭିଯୋଗରେ ମିଥୁନ୍ କୁ କୋର୍ଟ ଚାଲଣ କରିଥିବା   ଲକ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ମୋବାଇଲ୍ ଚୋରୀ ଅଭିଯୋଗରେ ମାସକ ପୂର୍ବରୁ ଜନୈକ ଯୁବକକୁ ଟ୍ରକ୍ ଆଗରେ ବାନ୍ଧି ଟ୍ରକ୍ ଚଲେଇବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।    ଓଡ଼ିଶା ସମାଚାର

Leave a Reply

Your email address will not be published.