Tuesday , September 27 2022
Breaking News
Home / ବିଶେଷ / ୨୧ ନମ୍ବର ୱାର୍ଡରେ ନୂତନ କଲ୍ ଭର୍ଟ ଉଦ୍ ଘାଟିତ – ପ୍ରତିଶ୍ରୁତି ରକ୍ଷାକଲେ ମେୟର ସୁବାସ

୨୧ ନମ୍ବର ୱାର୍ଡରେ ନୂତନ କଲ୍ ଭର୍ଟ ଉଦ୍ ଘାଟିତ – ପ୍ରତିଶ୍ରୁତି ରକ୍ଷାକଲେ ମେୟର ସୁବାସ

କଟକ, ୧୯/୦୬/୨୦୨୨( ଓଡ଼ିଶା ସମାଚାର )- ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିଛନ୍ତି କଟକ ମହାନଗର ନିଗମ(ସିଏମସି) ମେୟର ସୁବାସ ସିଂହ। ୧୫ ଦିନ ଭିତରେ ୨୧ ନଂ ୱାର୍ଡ ର ଆଇନକ୍ସ ସମ୍ମୁଖରେ ଥିବା ନୂତନ କଲଭର୍ଟଟିକୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଲୋକାର୍ପିତ କରିଛନ୍ତି। ଉକ୍ତ କଲଭର୍ଟଟି ଦୀର୍ଘ ୫୦ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା ସେଠାର ମୁଖ୍ୟ ଡ୍ରେନ ରେ ପାଣି ନିଷ୍କାସନ କ୍ଷେତ୍ରରେ ସମସ୍ୟା ଉପୁଜିଥିଲା। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଏହି ଦାବି କୁ ମେୟର ୧୫ ଦିନ ଭିତରରେ ପୂରଣ କରିଥିବାରୁ ସ୍ଥାନୀୟ ଜନସାଧାରଣ ମେୟରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉତ୍ସବରେ ସିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ, ଡିଆର ପାଲ, ଧୀରେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ସୁଭାଷ ସାହୁ, ସ୍ଥାନୀୟ କର୍ପୋରେଟର ଅଶୋକ ଶର୍ମା, କର୍ପୋରେଟର ବନଲତା ପ୍ରଧାନ , ସ୍ଥାନୀୟ ମୁରବି କାଶୀନାଥ ମଲ୍ଲିକ, ଯୁବନେତା କାଳିଚରଣ ପାଣିଗ୍ରାହୀ, ଜଗନ୍ନାଥ ସ୍ୱାଇଁ, ଜନସନ ମହାପାତ୍ର, ପ୍ରଶାନ୍ତ ନାୟକ, ଜନ ଆଶିଷ ବରାଳ, ଆଶିଷ ସାହୁ, ରାଜୀବ ସାହୁ, ଶିବ ପ୍ରସାଦ, ପ୍ରକାଶ ନାୟକ, ରତ୍ନାକର ମୁଖି, ଶ୍ରୀଧର ଘଡ଼ାଇ, ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.