Thursday , August 18 2022
Breaking News
Home / ବିଶେଷ / ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସ ଗିରଫ, ବଦଳି ବାତିଲ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସ ଗିରଫ, ବଦଳି ବାତିଲ

କଟକ, ୧୯/୦୬/୨୦୨୨( ଓଡ଼ିଶା ସମାଚାର )- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋଟିପତି ବି.ଡି.ଓ ଅଶ୍ବିନୀ କୁମାର ଦାସ । ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସଙ୍କୁ ଜଟଣୀ ତହସିଲଦାର ଭାବେ ବଦଳି କରିଥିଲେ ରାଜ୍ୟ ସରକାର।ହେଲେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ସମ୍ପତି ଉପରେ ଚଢ଼ାଉ କରି ଗିରଫ କରିଛି । ଯାଂଚ ସମୟରେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। କଟକ ୪୨ ମୌଜାରେ ୨ ଟି ବିଶାଳ କୋଠା, ଇଟା ଫାକ୍ଟ୍ରି, ସୁନା ଓ ରୂପା ଗହଣା , ନଗଦ ଟଙ୍କା, ଗାଡ଼ି ଆଦି ଏଭଳି ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଶ୍ରୀ ଦାସୁ ଜୁନିଅର ଆସିଷ୍ଟାଣ୍ଟରୁ ଅତିରିକ୍ତ ତହସଲିଦାର ପରେ ବିଡିଓ ହୋଇଥିଲେ। ବି.ଡି.ଓ. ବାବୁଙ୍କ ସଂପତ୍ତି ଯାଂଚ ସମୟରେ ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।ତେବେ ଭିଜିଲାନ୍ସ ର ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଥିବାରୁ ତାଙ୍କ ବଦଳିକୁ ବାତିଲ କରିଦିଆଯାଇଛି।ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.