Tuesday , September 27 2022
Breaking News
Home / ବିଶେଷ / ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କ ସ୍ମୃତିସଭା

ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, ୧୮/୦୬/୨୦୨୨( ଓଡ଼ିଶା ସମାଚାର )-ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧାବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶନିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗର ଗ୍ରାମର ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନକୁଳ ଦାସ ସ୍ମୃତି କମିଟି ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପରିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗଦେଇ ବକ୍ତବ୍ୟରେ ସଂଗ୍ରାମୀ ସ୍ୱର୍ଗତ ଦାସ ଏକାଧାରାରେ ସ୍ୱାଧୀନତା ସଂଗ୍ରାମୀ, ଭୂଦାନ କର୍ମୀ, ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବା ସହ ଜୀବନବ୍ୟାପି ଗାନ୍ଧୀ ଦର୍ଶନର ଅନୁଗାମୀ ଥିଲେ । ନୂତନ ପିଢୀଙ୍କ ପାଇଁ ତାଙ୍କର ତ୍ୟାଗ, ତିତିକ୍ଷା ଓ ସରଳ ଜୀବନଯାପନ ଏକ ଉଦାହରଣ ସୃଷ୍ଟି କରିଛି । ସଭାପତି ଡଃ. ଦାସ ନିଜ ବକ୍ତବ୍ୟରେ ସଂଗ୍ରାମୀ ସ୍ୱର୍ଗତ ଦାସ ଜଣେ ସଚ୍ଚୋଟ ଓଡିଆ ଓ ପ୍ରକୃତ ଦେଶପ୍ରେମୀ ଥିଲେ ବୋଲି କହିଥିଲେ । ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କୁଟି ଖାଅ ଓ କାଟି ପିନ୍ଧ ନାରାରେ ସାମିଲ ହୋଇ ନିଜ ଘରେ ଚରଖାରେ ସୂତା କାଟୁଥିଲେ । ଆହୁରୀ ମଧ୍ୟ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ଏହି ସ୍ମୃତି ସଭାରେ ନେତାଜୀ ମଡେଲ ୟୁପି ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ସ୍ମୃତି କମିଟି ସମ୍ପାଦକ ଅବନୀ କୁମାର ଦାସ, କାର୍ତୀକ ଚନ୍ଦ୍ର ସାହୁ, ଲୋପାମୁଦ୍ରା ବାରିକ, ରବୀନ୍ଦ୍ର ଦାସ, ଅଲେଖ ନାୟକ, ମନ୍ଦର ରଥ ପ୍ରମୁଖ ସଭାରେ ଯୋଗଦେଇ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.