ଭୁବନେଶ୍ୱର, ୧୮/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିସନର ତଥା ୧୯୯୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍ ) ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ଶ୍ରୀ ସିଂ ଉପରୋକ୍ତ ଦାୟିତ୍ୱ ସହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମଡି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଓଡ଼ିଶା ସମାଚାର