Friday , September 29 2023
Breaking News
Home / ବିଶେଷ / ବଦଳିଲେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ବଦଳିଲେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର, ୧୮/୦୬/୨୦୨୨( ଓଡ଼ିଶା ସମାଚାର )- ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବାର ସପ୍ତାହ ପରେ ରାଜ୍ୟ ସରକାର ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ସଚିବ ସ୍ତରରେ ବଦଳି ଆଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍ ) ଅଧିକାରୀ ଅନୁପ କୁମାର ସାହୁ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଏବଂ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ଉନ୍ନୟନ ତଥା ଆଇନ୍ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବେ। ଅଞ୍ଜନ କୁମାର ଦାସଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି  ମିଳିଥିବା ବେଳେ ସରୋଜ କୁମାର ରାଉତ କୃଷି ମନ୍ତ୍ରୀ, ଡ଼ ପ୍ରଦୀପ କୁମାର ରାଉତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପ୍ରଦୀପ ଚନ୍ଦ୍ର ହୋତା ରାଜୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ  ଏବଂ ଏସ୍ କେ ଜମିରୁଦ୍ଦିଦ୍ଦିନ୍ ଙ୍କୁ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି। ସେହିପରି କାଳି ପ୍ରସନ୍ନ ମହାପାତ୍ରଙ୍କୁ  ଇସ୍ପତା ଓ ଖଣି ମନ୍ତ୍ରୀ, ବିଜୟ କୁମାର ସ୍ୱାଇଁ ଶିଳ୍ପ, ଏମ୍ ଏସ୍ ଏମ୍ ଇ ଓ ଶକ୍ତି  ବିଭାଗ, ସୁରଞ୍ଜନ ପ୍ରଧାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ। ଅପରପକ୍ଷେ ଓଏଏସ୍ ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବେ। ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସୁକାନ୍ତ କୁମାର ପ୍ରଧାନଙ୍କୁ  ନିଯୁକ୍ତି  ଦିଆଯାଇଛି। ବିଜ୍ଞାନ ଓ କାରିଗରୀ କୌଶଳ ତଥା ଏସ୍ ଏସ୍ ଇପିଡି ବିଭାଗ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭାବେ ରଶ୍ଚି ରଞ୍ଜନ ସାହୁଙ୍କୁ  ନିଯୁକ୍ତ କରାଯାଇଥିବା ବେଳେ ମନମୋହନ ବାରିକ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ, ପ୍ରଶାନ୍ତ କିଶୋର ମହାପାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମାନସ ରଞ୍ଜନ ପାଢ଼ୀ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, କୈଳାଶ ଚନ୍ଦ୍ର ଦାସ କ୍ରୀଡ଼ା ଓ ଯୁବ ବ୍ୟାପାର, ଗୌରହରୀ ବେହେରା ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *