କେନ୍ଦୁଝର,୧୭/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଡ୍ରେସ କିଣିବାକୁ ଟଙ୍କା ଦେଲାନି ବୋଲି ଟାଙ୍ଗିଆରେ ହାଣି ମାଆକୁ ହତ୍ୟା କରିଛି ନାବାଳକ ପୁଅ । ଅଭିଯୋଗ ଅନୁସାରେ ମୁଗ ସାନ୍ତାଙ୍କର ପୁଅ ରଜରେ ଡ୍ରେସ୍ କିଣିବା ପାଇଁ ଟଙ୍କା ମାଗିଥିଲା । ମାଆ ପାଖରେ ଟଙ୍କା ନଥିବାରୁ ପୁଅକୁ ଡ୍ରେସ କିଣିବାକୁ ପଇସା ଦେଇପାରିନଥିଲେ । ମାତ୍ର ୧୦ ବର୍ଷର ନାବାଳକ ପୁଅ ଏଥିରେ ଉତ୍ତ୍ୟକ୍ତ ହୋଇ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ନିଜେ ଯାଇ ଗାଁ ଲୋକଙ୍କୁ ହତ୍ୟା କରିଥିବା ନେଇ ଖବର ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ନାବାଳକ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି ।ଓଡ଼ିଶା ସମାଚାର