Sunday , October 1 2023
Home / ବିଶେଷ / ବାୟାବାବାଙ୍କ ପିଠରେ ଯମୁନା ପୁଲୀନ କୀର୍ତନ

ବାୟାବାବାଙ୍କ ପିଠରେ ଯମୁନା ପୁଲୀନ କୀର୍ତନ

ଗରଦପୁର,୧୭/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗସ୍ଥିତ ନାମାଚାର୍ଯ୍ୟ ବାୟା ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ମାଳମଠ ଠାରେ ବାବାଜୀ ମହାରାଜ ଶ୍ରୀ ଶ୍ରୀ ରାମଦାସ ଙ୍କ ଯମୁନା ପୁଲୀନ କୀର୍ତନ ଉପଲକ୍ଷେ ଭଜନ କୀର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବଳଦେବ ଜୀଉ ପିଠ ର କୀର୍ତନ ମଣ୍ଡଳୀ ଓ ଛଘରିଆ କୀର୍ତନ ମଣ୍ଡଳୀ ଭଜନ କୀର୍ତନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଳଦେବଜୀଉ କୀର୍ତନ ମଣ୍ଡଳୀର ବାବୁ ନନା, ଧରଣୀଧର ସୁଆର,ମନୋଜ କୁମାର ସାହୁ,ବ୍ରହ୍ମାନନ୍ଦ ମେକାପ, ଜଗନ୍ନାଥ ସାହୁ, ଛଘରିଆ ବଟ ମହାପୁରୁଷ କୀର୍ତନ ମଣ୍ଡଳୀର ଜ୍ଞାନେନ୍ଦ୍ର ଜେନା, ଲିପକ କୁମାର ବାରିକ, ନୀଳମକଣି ନାୟକ, କେଶବ ଜେନା, ଅଭିରାମ ସ୍ୱାଇଁ, ଭଗବାନ ବାରିକ, ଜୟନ୍ତ ବାରିକ, ମାଳମଠ ର ପରିଚାଳକ ଆଡ଼ଭୋକେଟ ହୃଦୟନିଧି ମହାନ୍ତି ,ତେଣ୍ଡାକୁଡ଼ା ପଂଚାୟତର ସରପଂଚ ମାନସ କୁମାର ରାଉତ, ମାଳମଠର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *