Friday , September 29 2023
Breaking News
Home / ବିଶେଷ / ପ୍ରସିଦ୍ଧ ଵହୁଭାଷୀ କଵି ମୀର୍ ସମସୁଲ୍ ହକ୍ ଙ୍କର ଆଉ ଏକ କୃତିତ୍ୱ : ବଙ୍ଗଳାଦେଶ ସାହିତ୍ୟ ପତ୍ର ପକ୍ଷରୁ ସମ୍ମାନୀତ

ପ୍ରସିଦ୍ଧ ଵହୁଭାଷୀ କଵି ମୀର୍ ସମସୁଲ୍ ହକ୍ ଙ୍କର ଆଉ ଏକ କୃତିତ୍ୱ : ବଙ୍ଗଳାଦେଶ ସାହିତ୍ୟ ପତ୍ର ପକ୍ଷରୁ ସମ୍ମାନୀତ

ଭୁବନେଶ୍ୱର/ କେନ୍ଦ୍ରାପଡ଼ା,୧୭/୦୬/୨୦୨୨(ଓଡ଼ିଶା ସମାଚାର)- ବଙ୍ଗଳାଦେଶ ର ଜାତୀୟ ସ୍ତରର କବି କାଜି ନାଜରୁଲ ଇସଲାମ ଙ୍କ ଜନ୍ମ ଜୟନ୍ତୀ ୨୦୨୨ ଅବସରରେ ସମଗ୍ର ପୃଥିବୀର ମୋଟ୍ ୯୦ ଜଣ ବହୁ ଭାଷୀ କବି ଙ୍କୁ ବଙ୍ଗଳାଦେଶ ସାହିତ୍ୟ ପତ୍ର ପକ୍ଷରୁ ସମ୍ମାନୀତ କରାଯାଇଛି । ସେହି ୯୦ ଜଣ କବିଙ୍କ ମଧ୍ୟରେ ଭାରତ ତଥା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଵହୁଭାଷୀ କଵି,ମୀର୍ ସମସୁଲ୍ ହକ୍ ଏହି ସମ୍ମାନ ଅର୍ଜନ କରିବାରେ ଗୌରବ ଅର୍ଜନ କରିଛନ୍ତି । ଏଥିପାଇଁ ବଙ୍ଗଳାଦେଶ ସାହିତ୍ୟ ପତ୍ର ର ସାକିଲ କଲାମ ଙ୍କୁ କଵି ମୀର୍ ସମସୁଲ୍ ହକ୍ କୃତଜ୍ଞତା ଜଣାଇଛନ୍ତି ।
ବଙ୍ଗଳାଦେଶ ସାହିତ୍ୟ ପତ୍ର ପକ୍ଷରୁ ସମ୍ମାନୀତ ହୋଇଥିବା ପ୍ରସିଦ୍ଧ ଵହୁଭାଷୀ କଵି ମୀର୍ ସମସୁଲ୍ ହକ୍ କେନ୍ଦ୍ରାପଡା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ର ବାସିନ୍ଦା । ତେଣ୍ଡାକୁଡ଼ାର ମୀର ନୁରୁଲ୍ ହକ୍ ଙ୍କ ସୁଯୋଗ୍ୟ ପୁତ୍ର ମୀର୍ ସମସୁଲ୍ ହକ୍ ଅଧୁନା କେନ୍ଦ୍ରାପଡା ଜିଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସେ ଓଡିଆ, ଉର୍ଦ୍ଦୁ,ଇଂରାଜୀ ଭାଷାରେ ଅନେକ ପୁରସ୍କାର ହାସଲ କରିଛନ୍ତି। ଏପରି ଏକ ଵିରଳ କୃତିତ୍ବ ପାଇଁ ସମସୁଲ୍ ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଛନ୍ତି।ଏହି ଉଦୀୟମାନ ଯୁବ କବି ଭବିଷ୍ୟତ ରେ ଦେଶ ବିଦେଶରେ ଆହୁରୀ ସଫଳତା ଓ ସୁନାମ ଅର୍ଜନ କରିଵେ ବୋଲି ଆଶା କରାଯାଏ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *