Wednesday , July 6 2022
Breaking News
Home / କୃଷି / ପ୍ରମୋଦ ସାହୁ କୃଷକ ବିକାଶ ସମବାୟ ସମିତି  ର ସଭାପତି  ନିଦ୍ୱର୍ନ୍ଦରେ ନିର୍ବାଚିତ

ପ୍ରମୋଦ ସାହୁ କୃଷକ ବିକାଶ ସମବାୟ ସମିତି  ର ସଭାପତି  ନିଦ୍ୱର୍ନ୍ଦରେ ନିର୍ବାଚିତ

କେନ୍ଦ୍ରାପଡ଼ା, ୧୭/୦୬/୨୦୨୨( ଓଡ଼ିଶା ସମାଚାର )-କୃଷକ ବିକାଶ ସମବାୟ ସମିତି ଲିଃ ସଭାପତି ଭାବରେ ଶୁକ୍ରବାର ବିଶିଷ୍ଟ ସମବାୟ ବିତ୍ ତଥା ଚାଷୀଙ୍କନେତା ପ୍ରମୋଦ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  ନିର୍ଦ୍ଧେଶକ ଅଭୟ ସାମଲ ତାଙ୍କର ପ୍ରସ୍ତାବକ ଥିବା ବେଳେ ଅନ୍ୟତମ ନିର୍ଦ୍ଧେଶକ ଦିଲୀପ ମହାନ୍ତି ସମର୍ଥକ ରହିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟ ଅତିବାହିତ ହେବା ପରେ ନିର୍ବାଚନ ଅଧିକାରୀ ବିକାସ ତରାଇ ଶ୍ରୀ ସାହୁଙ୍କୁ କୃଷକ ସମବାୟ ସମିତି ଲିଃର ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଅନ୍ୟ ସମସ୍ତ ନିର୍ଦ୍ଧେଶକ ଏହି ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । ଶ୍ରୀ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ ଚାଷୀସମୁହ ଓ ସମବାୟ ପ୍ରେମୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଏହି ବିଜୟ ପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

ଜୁନାଗଡ଼ ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସର ସଭାପତି …

Leave a Reply

Your email address will not be published. Required fields are marked *