Friday , September 29 2023
Breaking News
Home / ବିଶେଷ / ନିରାଶ୍ରୟ ଓ ଅସହାୟଙ୍କୁ ସହାୟତା କଲା ଶିବମ କମ୍ପୁ୍ୟଟର ଅନୁଷ୍ଠାନ

ନିରାଶ୍ରୟ ଓ ଅସହାୟଙ୍କୁ ସହାୟତା କଲା ଶିବମ କମ୍ପୁ୍ୟଟର ଅନୁଷ୍ଠାନ

ଭୁବନେଶ୍ୱର , ୧୭/୦୬/୨୦୨୨( ଓଡ଼ିଶା ସମାଚାର )- ପବିତ୍ର ରଜପର୍ବ ଉଦ୍ୟାପନୀରେ ଶିବମ କମ୍ପୁ୍ୟଟର ଶିକ୍ଷାକେନ୍ଦ୍ର, ଜନସେବକ ଫାଉଣ୍ଡେସନ୍ ଓ ମୁଗୁପୁର ସମାଚାରର ମିଳିତ ଉଦ୍ୟମରେ ରାଜଧାନୀରେ ନିରାଶ୍ରୟ, ଅଭାବୀ ବ୍ୟକ୍ତିବିଶେଷଙ୍କୁ ଖାଦ୍ୟ, ବସ୍ତ୍ର ସହିତ ପିଠା, ପାନ ବଂଟନ କରାଯାଇଥିଲା । ଉତ୍କଳମଣି ଗୋପବନ୍ଧୁ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ୟାର୍ଥୀମାନେ ଅସହାୟଙ୍କୁ ଚିହ୍ନଟ କରି ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ସହ ଖାଦ୍ୟ, ବସ୍ତ୍ର ପ୍ରଦାନ କରିଥିଲେ । “ମାନବ ସେବା ହିଁ ମାଧବ ସେବା” ଏହାକୁ ପାଥେୟ କରି ଅନୁଷ୍ଠାନର ନିର୍ଦ୍ଧେଶକ, ସମ୍ପାଦକ ମଦନ ମୋହନ ପାଢ଼ୀଙ୍କ ସହିତ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତି୍ରପାଠୀ ଅଭିଯାନର ନେତୃତ୍ୱ ନେଇଥିଲେ । ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଅଭାବୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *