ନିରାକାରପୁର, ୧୭/୦୬/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ନିରାକାରପୁର ରାମମନ୍ଦିର ପରିସରରେ ରଜ ଉତ୍ସବ ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ରଜ ଉତ୍ସବ୨୦୨୨କୁ ଆନୁଷ୍ଠାନିକ ଭାବରେ ଟାଗିଂ ବିଡ଼ିଓ ଐଶ୍ୱର୍ଯ୍ୟ। ସାମନ୍ତରାୟ ମୂଖ୍ୟ ଅତିଥି ଓ ଟାଙ୍ଗୀ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ରଜ ଭଳି ପାରମ୍ପରିକ ପର୍ବରେ ଆମ ସଂସ୍କୃତିକୁ ବଞ୍ଚାଇରଖିବା ପାଇଁ ଏହା ଏକ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଗଗାଂଧର ତ୍ରିପାଠୀ , ସଂଘ ସଭାପତି ଦୀପକ କୁମାର ପ୍ରଧାନ, ସମ୍ପାଦକ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।ସାମ୍ବାଦିକ ସଂଘର ଉପଦେଷ୍ଟା ଡଃ ମୃତ୍ୟୁଜଂୟ ରଥ ମଂଚ ପରିଚାଳନା କରିଥିଲେ।ସ୍ଥାନୀୟ ଅଂଚଳର ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ,ମେହେନ୍ଦି,ହେୟାରଷ୍ଟାଇଲ ଓ ହୁଳହୁଳି ଓ ପୋଡପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗି ମାନଙ୍କୁ ରଜ ଉତ୍ସବରେ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ ଦେଇ ସମ୍ମାନିତ କରିଥିଲେ ଅତିଥି ମାନେ।ଆଗାମୀ ଦିନରେ ଏହି ରଜ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଉସ୍ଛାହିତ କରିଥିଲେ।ନିରାକାରପୁର ସାମ୍ବାଦିକ ମାନେ ଗ୍ରାମାଞ୍ଚଳରେ ଏକ ରଜ ଉତ୍ସବ ପାଳନ କରିଥିବା ରୁ ବେଶ ଖୁସିଥିବା କହିଥିଲେ।
ଅନୁଷ୍ଠିତ ହୁଳହୁଳି ପ୍ରତିଯୋଗିତାରେ ଯଥାକ୍ରମେ ସଂଯୁକ୍ତ ସେଠୀ, ସୁନୀତା ପ୍ରଧାନ, ଭକ୍ତିଲତା ତ୍ରିପାଠୀ , ଝୋଟିରେ ସଂଗୀତା ପ୍ରଧାନ, ପ୍ରଜ୍ଞାପରମିତା ବିଶ୍ଵାଳ, ଅର୍ଚ୍ଚନା ମାର୍ଥା, ଓ ମେହେନ୍ଦି ରେ ଶୁଭଶ୍ରୀ ସେନାପତି, ପ୍ରଜ୍ଞପରମିତା ବିଶ୍ଵାଳ, ଅର୍ଚ୍ଚନା ମାର୍ଥା, ହାଇର ଡିଜାଇନ୍ ରେ ସୁନୀତା ପ୍ରଧାନ, ସୁନୀତା ଖୁଣ୍ଟିଆ, ରିତା ସିଂ ପ୍ରମୁଖ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡ଼ିଶା ସମାଚାର