Sunday , October 1 2023
Home / ବିଶେଷ / ଜାତୀୟ ରାଜପଥରୁ ଏନଏସି ରାସ୍ତା କୁ ସିଧା ସଳଖ ରାସ୍ତା ଦାବି

ଜାତୀୟ ରାଜପଥରୁ ଏନଏସି ରାସ୍ତା କୁ ସିଧା ସଳଖ ରାସ୍ତା ଦାବି

ଜୁନାଗଡ଼, ୧୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ଼ ସହରର ଜାତୀୟ ରାଜପଥ ରୁ ପୁରାତନ ପୁରୁଣା ବସ ଷ୍ଟାଣ୍ଡ – ବଜାର-ଲକ୍ଷ୍ମୀସାଗରପଡା ରାସ୍ତା ସିଧାସଲଖ ଚାଲୁକରିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଜୁନାଗଡ଼ ନଗରପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।ସହରର ୧,୨ଓ୫ ନମ୍ବର ୱାର୍ଡର ଶତାଧିକ ବାସିନ୍ଦା ଏନଏସି କାର୍ଯ୍ୟାଳୟକୁ ଯାଇଏହି ଦାବିପତ୍ର ଦେଇଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ସହରର ଏହି ୩ ଗୋଟି ୱାର୍ଡର ବାସିନ୍ଦା ସିଧାସଳଖ ଯାଆସ କରିବାରେ ସମସ୍ୟା ଦେଖାଦେଇଛି।ଯାହାଫଳରେ ଜାତୀୟରାଜପଥ ରୁ ନୂର ନଗର, ଲକ୍ଷ୍ମୀ ସାଗର ପଡା,ତହସିଲ ଅଫିସ, ପି ଆଇ କଲେଜ, ଓଏଭି,ଗ୍ରୀଡ଼, କନ୍ୟାଶ୍ରମ, କୁରୁଗୁଡା ଆଶ୍ରମ,ସନ ହସ୍ପିଟାଲ, ରେଳ ଷ୍ଟେସନ, କୁରୁଗୁଡା, ଭଇରିଗୁଡା ପ୍ରଭୃତି ଅଂଚଳ ର ଲୋକଙ୍କ ପାଇଁ ରାସ୍ତା ନଥିବାରୁ ଅପହଞ୍ଚ ହୋଇ ପଡିଛି।ବହୁ ପୂର୍ବରୁ ଏହି ସବୁ ଅଂଚଳ ପାଇଁ ପୁରୁଣା ବସ ଷ୍ଟାଣ୍ଡ  ରୁ ମହାମାଇପଡା ଲକ୍ଷ୍ମୀ ସାଗର ପଡ଼ା ହୋଇ ସିଧାସଳଖ ରାସ୍ତା ରହିଥିଲା।ବର୍ତମାନ ପୋଲିସ ଷ୍ଟେସନ ବାଡ଼ ଓ ଡେଲି  ମାର୍କେଟ ଦ୍ୱାରା ଏହା ଅବରୋଧ ହୋଇପଡିଛି।ଏଣୁ ଏହି ମୁଖ୍ୟ ରାସ୍ତାକୁ ଚଉଡା କରି ସିଧାସଳଖ ସଂଯୋଗ କରି ଏହିସବୁ ଅଂଚଳ ପାଇଁ ରାସ୍ତା ସଂଯୋଗ  କରିବା ପାଇଁ ଅଂଚଳବାସି ଦାବିକରିଛନ୍ତି।ଏଥିନେଇ ଶୀଘ୍ର ପଦକ୍ଷେପ ନିଆଯିବବୋଲି ନଗରପାଳ ପ୍ରତିଶୃତି ଦେଇଥିବା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *