ଜୁନାଗଡ଼, ୧୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପେକ୍ସର ସଭାପତି ଭାବେ ଆଜି ସଂଜୟ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାଯୋଗୁଁ ସଞ୍ଜୟ ତ୍ରିପାଠୀଙ୍କ ପ୍ରାର୍ଥୀତ୍ବ ନିର୍ଦ୍ୱନ୍ଦ୍ୱ ହୋଇଛି।ଆଜି ସକାଳ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ରହିଥିଲା।ହେଲେ ସଞ୍ଜୟ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସଞ୍ଜୟ ତ୍ରିପାଠୀ ସଭାପତି ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପୂର୍ବରୁ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ପରିଚାଳନା ପରିଷଦ ର ବରିଷ୍ଠ ସଭ୍ୟ ଖଗେଶ୍ୱର ଧଙ୍ଗଡାମାଝୀ, ସନାତନ କଟା, କୁଞ୍ଜ ଦଣ୍ଡସେନା, ନେତ୍ରା ଭଣ୍ଡାରଘରିଆ, ଅମୂଲ୍ୟ ମେହେର, ବୈକୁଣ୍ଠ ଗହୀର,ଦିବ୍ୟଶଙ୍କର ଗହୀର, କୁଶଧ୍ୱଜ ବାଗ, ଯଶୋଦା ବାଗ,ରାମନାଥ ନାଏକ,ମମତା ନାଏକ,ଚକ୍ର ଧ୍ୱଜ ମାଝୀ,ଭବାନୀ ମାଝୀ ଉପସ୍ଥିତ ଥିଲେ।ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ରବି କୁମାର ନାଏକ,ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବସନ୍ତ ବେହେରା, ରହିଥିଲେ।ସଂଜୟ ତ୍ରିପାଠୀ ସଭାପତି ହେବା ନିଶ୍ଚିତତାକୁ ନେଇ ସ୍ଥାନୀୟ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ, ପଞ୍ଚାନନ ପୁଝାରି, ଚାପଧାରୀ ପୁଝାରୀ, ଅଚ୍ୟୁତ ତ୍ରିପାଠୀ,ସୋଦନ ପୁଝାରୀ,ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।ଆଗାମୀ ଦିନରେ କଲେଇଗାଁ ପେକ୍ସର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଉଦ୍ୟମ କରିବି ବୋଲି ନିର୍ଦ୍ୱନ୍ଦ ସଭାପତି ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର