Sunday , October 1 2023
Home / ବିଶେଷ / କଣ୍ଟଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ

କଣ୍ଟଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ

ବାଲିଗୁଡା, ୧୭/୦୬/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷକତା ଛାଡି ସମାଜସେବା ପାଇଁ ରାଜନୀତି ରେ ପାଦ ଥାପିଥିବା ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି । ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ସେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର ପାତ୍ରସାହିରେ ପାନୀୟ ଜଳର ଅସୁବିଧା ରହିଥିଲା । ଲୋକେ ପାଣି ମୁନ୍ଦାକ ପାଇଁ ହୀନସ୍ତା ଭୋଗୁଥିଲେ । ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶୀଳ ଥିଲେ । ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂରକରିଛନ୍ତି । କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । ଏନେଇ ସରପଞ୍ଚ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ପଂଚାୟତବାସୀ ମୋତେ ସେବାକରିବା ପାଇଁ ସୁଯୋଗ ଦେଇଛନ୍ତି । ଜନସେବା ମୋର କର୍ତ୍ତବ୍ୟ । ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବାପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି । ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମପଂଚାୟତ କୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଶିକ୍ଷକ ନେତା ରୁ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବାପାଇଁ ଦିନ ରାତି ଏକ କରୁଥିବା ରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *