Friday , September 29 2023
Breaking News
Home / ବିଶେଷ / ଉଗ୍ରତାରା ପୀଠରେ ରଜ ମହୋତ୍ସବ ୨୦୨୨ ର ଉଦଯାପନୀ ଦିବସ

ଉଗ୍ରତାରା ପୀଠରେ ରଜ ମହୋତ୍ସବ ୨୦୨୨ ର ଉଦଯାପନୀ ଦିବସ

ଗଞ୍ଜାମର ବାଘ ନୃତ୍ୟ ଓ ଭୁବନେଶ୍ବର ନୁପୁର କଳାକାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଲା
ନିରାକାରପୁର, ୧୭/୦୬/୨୦୨୨( ଓଡ଼ିଶା ସମାଚାର )- ଓଡିଶାର କ୍ରୁଷି ଭିତିକ ପର୍ବ ରଜ ପର୍ବକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ।ଗାଁରୁ ଆରମ୍ଭ କରି ସହରରେ ମଧ୍ୟ୍ୟ ପାଳନ ହେଉଛି ରଜ ଉତ୍ସବ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ମୁଳୀଝର ଗଡ ସ୍ଥିତ ମା ଉଗ୍ରତାରା ଦେବୀଙ୍କ ପୀଠରେ ପାଳନ ହେଉଛି ରଜ ମହୋତ୍ସବ।ମାଙ୍କ ପୀଠରେ ଏହି ରଜ ଉତ୍ସବ ୪ଦିନ ଧରି ଚାଲିବ।ଉଗ୍ରତାରା ପୀଠ ଠାରେ ରଜ ମସ୍ତ୍ସବ ୨୦୨୨ ଆରମ୍ଭ ହୋଇଛି।ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ମୂଳିଝର ଗଡ ରେ ରହିଛି ଓଡ଼ିଶାର ବିଖ୍ୟାତ ଶକ୍ତି ଓ ତନ୍ତ୍ରପୀଠ ମା ଉଗ୍ରତାରା ଦେବୀଙ୍କର ପୀଠ।ଏହି ପୀଠରେ ୧୨ ମାସରେ ୧୩ ପର୍ବ ପାଳନ ହେଉଥିବା ବେଳେ ରଜ ପର୍ବ ଅନ୍ୟତମ ପର୍ବ ଭାବେ ପାଳନ ହୋଇ ଆସୁଛି।ପୁର୍ବରୁ ଏହି ପୀଠରେ କେବଳ ରଜ ଯାତ୍ରା ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହଯୋଗରେ ଆୟୋଜନ ହେଉଥିବା ବେଳେ ଗତ କିଛି ବର୍ଷ ହେଲା ଜିଲା ପ୍ରଶାସନ ପକ୍ଷରୁ ଏଠାରେ ଆୟୋଜନ ହେଉଛି ରଜ ମହୋତ୍ସବ।୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ମହୋତ୍ସବ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି।
ଆଜି ତୃତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଟାଙ୍ଗୀ ବ୍ଲକ ଅଧ୍ୟ୍ୟକ୍ଷା ରୀସ୍ନା ମାନଧାତା, ଟାଙ୍ଗୀ ତହସିଲଦାର ସ୍ମୁତିରଂଜନ ଶତପଥୀ,ବିଡିଓ ଐଶ୍ଚର୍ୟ୍ୟା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ତୃତୀୟ ସଧ୍ୟ୍ୟାରେ ଭୁବନେଶ୍ଵରର ନୁପୁର କଳାକାରମାନେ ଓଡଶୀ ନୃତ୍ୟ, ଜଟଣୀ ନୃତ୍ୟଶ୍ରୀର କଳାକାରମାନେ ଓଡ଼ିଶୀ ଓ ଭାରତନାଟ୍ୟମ୍, ଭୁବନେଶ୍ୱର ମନିପଲ ଗ୍ରୁପ ଆଧୁନିକ, ସୋନପୁର ଦୟାଲ ଗ୍ରୁପ କଳାକାରମାନେ ସମ୍ବଲପୁରୀ ସହିତ ଗଞ୍ଜାମ ବେଲଗୁଣ୍ଠା କଳାକାରମାନେ ବାଘ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆଜିର ମଞ୍ଚକୁ ଅଂଶୁମାନ ଜେନା ପରିଚାଳନା କରିଥିବାବେଳେ ସାନରାଉତପଡା ସରପଞ୍ଚ କିଶୋର ଚନ୍ଦ୍ର ରାଉତରାୟ ବିଭିନ୍ନ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ସହଯୋଗ କରିଥିବାବେଳେ ଅଞ୍ଚଳର ସମସ୍ତ ଲୋକପ୍ରତିନିଧି, କମିଟି ସଭ୍ୟ ଓ ଭଦ୍ରବ୍ୟକ୍ତି ସମ୍ପୂର୍ଣ ସହଯୋଗ କରିଥିଲେ। ଯାତ୍ରା ବୁଲିବାକୁ ଆସୁଥିବା ଭକ୍ତ ମାନେ ମାଙ୍କୁ ଦର୍ଶନ କରିବା ସହ ଯାତ୍ରାରେ ବୁଲା ବୁଲି କରି ବେଶ୍ ଖୁସିଥିବା ବେଳେ ଆଜି ସଂନ୍ଧ୍ୟା ରେ ପ୍ରବଳ ଜନ ସମାଗମ ହୋଇଥିଲା।ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *