ଜୁନାଗଡ଼, ୧୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ ଥାନା ଅନ୍ତର୍ଗତ ପଳାଶ ଗାଁ ର ସୁରେନ୍ଦ୍ର ବାଗ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ର ଏଲ୍ ଆଣ୍ଡ ଟି କମ୍ପାନୀ ରେ କର୍ୟ୍ୟ କରି ତାହାର ପରିବାର ପୋଷଣ କରୁଥିଲା । ଗତ ୪ ତାରିଖ ଦିନ ସେ ଲାଞ୍ଜିଗଡ ରୁ ବାହାରି ମୋଟର ସାଇକଲ ଯୋଗେ ନିଜ ଗାଁ କୁ ଫେରୁଥିଲେ । ସନ୍ଧ୍ୟା ସମୟରେ ଭବାନିପାଟଣା ନକତିଗୁଦା ଛକ ଠାରେ ଏକ ଜେସିବି ଦୁର୍ଘଟଣା ଘଟାଇ ଚାଲିଗଲା । ସୁରେନ୍ଦ୍ର ବାଗ ର ଡ଼ାହାଣ ଗୋଡ ଦୁର୍ଘଟଣା ସ୍ଥଳରେ ହିଁ ଛିଣ୍ଡି ଗଲା । ତାପରେ ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ସରକାରୀ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ଡ଼ାକ୍ତର ଉଚ୍ଚ ଚିକିସ୍ଥା ପାଇଁ ବୁର୍ଲା ପଠାଇ ଦେଇଥିଲେ । ସୁରେନ୍ଦ୍ର ବାଗ ବର୍ତ୍ତମାନ ଗୋଟିଏ ଗୋଡ଼ ହରାଇ ବିକଳାଙ୍ଗ। ଗତ ୪ ତାରିଖ ରେ ଭବାନିପାଟଣା ଟାଉନ ଥାନାରେ କେସ ରେଜିଷ୍ଟ୍ରେସନ ହେଲା କିନ୍ତୁ ଆଜି ପର୍ୟ୍ୟନ୍ତ ଦୁର୍ଘଟଣା ଘଟାଇ ଥିବା ଜେସିବି ର ପତା ପୋଲିସ ପାଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ପୀଡ଼ିତା କୁ ନ୍ୟାୟ ଦେବା ପାଇଁ ଆଜି
ଅଲ୍ ଓଡିଶା ସିଡ଼ିଲ୍ୟୁଡ଼କାଷ୍ଟ ଫେଡ ରେଶନ (ଏଓଏସସିଏଫ) ସଭାପତି ଧନଞ୍ଜୟ ଦୀପ ଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଛବି ଲାଲ ନିଆ ଲ. ସୁଶୀଲ କୁମାର ବାଗ ଙ୍କ ଉପସ୍ଥିତି ରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ଦୁର୍ଘଟଣା ରେ ବିକଳାଙ୍ଗ ହୋଇଥିବା ସୁରେନ୍ଦ୍ର ବାଗ ଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବାଗ ପରିବାରଙ୍କୁ ନ୍ୟାୟ ଦାବିକରିଥିଲେ । ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଅତି କମ୍ ଦିନ ମଧ୍ୟରେ ଦୁର୍ଘଟଣା ଘଟାଇ ଥିବା ଜେସିବି କୁ ଚିହ୍ନଟ କରାଯିବ ଏବଂ ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଓଡ଼ିଶା ସମାଚାର